Home ଆଞ୍ଚଳିକ ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

ତୃତୀୟ ଚିତ୍ତରଞ୍ଜନ ଟ୍ରଫି ଉଦଯାପିତ, ମୁଣ୍ଡମରାଇ ଚାମ୍ପିଅନ

9

ଧରାକୋଟ,୨୦୧(ଜିଲ୍ଲା ଖବର) : ଧରାକୋଟ ମିନି ଷ୍ଟାଡିୟମରେ ଦୀର୍ଘ ପନ୍ଦର ଦିନ ଧରି ଚାଲିଥିବା ତୃତୀୟ ଚିତ୍ତ ରଞ୍ଜନ ମେମୋରିଆଲ କ୍ରିକେଟ ଟୋର୍ଣାମେଣ୍ଟ ଉଦପିତ ହୋଇଯାଇଛି । ଫାଇନାଲ ରେ ଗେଲେକ୍ସୀ ଇଲେଭେନ ମୁଣ୍ଡମରାଇ ଓ ଡେଲିସିଅସ କ୍ରିକେଟ କ୍ଲବ ଚେରମାରିଆ ମଧ୍ୟରେ ଅନୁଷ୍ଠିତ ମେଚ ରେ ଚେରମାରିଆ ଦଳ ଟସ ଜିଣି 20 ଓଭର ଖେଳି 9 ୱିକେଟ ବିନିମୟରେ 208 ରନ ସଂଗ୍ରହ କରିଥିବା ବେଳେ ମୁଣ୍ଡମରାଇ ଦଳ 18 ଓଭର ଖେଳି 4 ୱିକେଟ ହରାଇ 209 ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ବିଜୟୀ ଦଳର ସୁନିଲ ପାଣିଗ୍ରାହୀ ଙ୍କୁ ମେନ ଅଫ ଦି ମେଚ ଓ ମେନ ଅଫ ଦି ସିରିଜ ଉଭୟ ପୁରସ୍କାର ପ୍ରଦାନ କରାଯାଇଥିଲା। ୱାଇ ସି ସି କ୍ଲବ ସଭାପତି ସୁନିଲ କୁମାର ଗୌଡ଼ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାନଖେମୂଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ମୁଖ୍ୟ ବକ୍ତା ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି,ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ସୁରେନ୍ଦ୍ର ନାଥ ଗୌଡ଼, ପୂର୍ବତନ ଖେଳାଳୀ ମିନ କେତନ ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ଯୋଗଦେଇଥିବା ବେଳେ ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶିକ୍ଷାବିତ ପ୍ରଶାନ୍ତ କୁମାର ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଦିପୁ ଦାସ ଓ ଅଶ୍ଵିନୀ ବିଶୋଇ ମେଚ ପରିଚାଳନା କରିଥିଲେ। ୟଙ୍ଗ କ୍ରିକେଟ କ୍ଲବ ର ସଦସ୍ୟ ବାପୁନି ସ୍ୱାଇଁ,ଦିଲିପ ପ୍ରଧାନ ସମସ୍ତ ଦିବସର ଖେଳ କୁ ପରିଚାଳନା କରିଥିବା ବେଳେ କ୍ଲବ ର ସଦ୍ୟସ୍ୟ ଅନିଲ ପ୍ରଧାନ,ଲିକୁ ଶତପଥୀ,କୁନା ସ୍ୱାଇଁ ଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।