ପ୍ରଭୂପ୍ରୀତ୍ ଭବନରେ ବ୍ରହ୍ମାବାବାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ

122

କବିସୂର୍ଯ୍ୟନଗର,୧୯/୧(ଜିଲ୍ଲା ଖବର) : କବିସୂର୍ଯ୍ୟନଗର ସ୍ଥିତ ପ୍ରଭୁପ୍ରିତ୍ ଭବନ ବ୍ରହ୍ମାକୁମାରିସ ଆଶ୍ରମରେ ପ୍ରଜାପିତା ବ୍ରହ୍ମା ବାବା ଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳୀତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମା ଯିଏକି ଏହି ବିଶ୍ଵବଦ୍ୟାଳୟର ସଂସ୍ଥାପକ ଅଟନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କବିସୂର୍ଯ୍ୟ ନଗର ର ବିଶିଷ୍ଟ ସମାଜ ସେବୀ ମହେଶ୍ୱରୀ ଦୋରା ଏବଂ ଅନ୍ୟଜଣେ ଜଣାଶୁଣା ସମାଜ ସେବୀ ସମ୍ଭୁଲିଙ୍ଗମ୍ ସାର୍।ଆମର ସମସ୍ତଙ୍କର ପ୍ରିୟ ବଡ଼ ଦିଦି ଆସ୍କା ସ୍ଥିତ ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରଜଯୋଗିନି ବ୍ରହ୍ମାକୁମାରୀ ପ୍ରଭାତୀ ଦିଦି। ବ୍ରହ୍ମାବାବା ଙ୍କ ତ୍ୟାଗ ଓ ତପସ୍ୟାର ଜୀବନ କାହାଣୀ କୁ ସମସ୍ତ ବ୍ରହ୍ମା ବତ୍ସଙ୍କ ଆଗରେ ଉପସ୍ଥାପନ କରିଥିଲେ ଆମ ବଡ଼ ଦିଦି।ପ୍ରଭୁ ପ୍ରୀତ ଭବନର ସଂଚାଳିକା ରଜାଯୋଗିନି ବ୍ରହମାକୁମାରି ସୁଜ୍ଞାନୀ ଭଉଣୀ ଏହି ସଂସ୍ଥାର ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ବ୍ରହ୍ମାକୁମାର ସତ୍ୟପ୍ରିୟଭାଇ ଏହି ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଚାରିତ୍ରିକ ଉନ୍ନତି ହୋଇଥାଏ ବୋଲି ନିଜ ଅନୁଭବରେ ବଖାଣୀ ଥିଲେ।ଲା୍ୟାନ୍ସ କ୍ଲବ ର ପ୍ରେସିଡେଣ୍ଟ ମାହେଶ୍ୱରୀ ଦୋରା ମାଡ଼ାମ୍ ରାଜସ୍ଥାନ ସ୍ଥିତ ଏହି ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟ ମଧୁବନର ଅନୁଭବ ସେୟାର କରିଥିଲେ।ଏହିପରି ସମ୍ଭୁ ଲିଙ୍ଗମ୍ ସାର୍ ମଧ ନିଜର ଅନୁଭବ ରେ କହିଥିଲେ ଯେ କେବଳ ଏହି ସଂସ୍ଥା ସମସ୍ତଙ୍କୁ ନିଜର କରିପାରନ୍ତି ଏବଂ ଭାଇଚାରା ସୃଷ୍ଟି କରିପାରୁଛି।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବ୍ରହ୍ମାକୁମାରି ନିରୁପ୍ରଭା ଦିଦି। କାର୍ଯ୍ୟକ୍ରମର ଶେଷରେ ସମସ୍ତେ ବ୍ରହ୍ମାବାବାଙ୍କ ଫୋଟରେ ପୁଷ୍ପ ପ୍ରଦାନ କରିଥିଲେ। ବ୍ରହ୍ମାକୁମାର୍ ଚରଣ ,ବଳରାମ,ନାଗେଶ୍ଵର,ପବିତ୍ର ଆଦି ଏବଂ ବ୍ରହ୍ମାକୁମାରୀ ଧରଣୀ,ଅନୁ,ଭାଗ୍ୟ,ନିଲାବତି ଆଦି ସମସ୍ତେ ସହଯୋଗ କରିଥିଲେ।