ଧରାକୋଟ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

13

ଧରାକୋଟ,୧୮/୧(ଜିଲ୍ଲା ଖବର) : ଧରାକୋଟ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବରେ ସାନଖେମୂଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ତହସିଲଦାର ଲମ୍ବୋଦର ମାରାଣ୍ଡି,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ପ୍ରମୁଖ ଉପସ୍ଥିତ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏଥିରେ ମୋଟ 627 ଜଣ ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ନିଜର ନାମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ଶାରୀରିକ ଭିନ୍ନକ୍ଷମ 325,ବାକ ଓ ଶ୍ରବଣ ଅକ୍ଷମ 87,ଦୃଷ୍ଟି ଶକ୍ତି ବାଧିତ 83,ମାନସିକ ବିକଳାଙ୍ଗ 91ଓ ଅନ୍ୟାନ୍ୟ 41 ଜଣ ରହିଥିଲେ ।

ଏହି ଅବସରରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ଙ୍କ ଦ୍ଵାରା 10 ଜଣଙ୍କୁ ହ୍ବିଲ୍ ଚେୟାର ଓ 6 ଜଣଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ଆଜିର ଶିବିରରେ ବ୍ରହ୍ମପୁର ରୁ ଅସ୍ଥି ସୈଲ୍ୟ, ଇ ଏଣ୍ଡ ଟି,ଚକ୍ଷୁ ବିଭାଗ ଓ ମାନସିକ ବିକାର ବିଭାଗର ଡାକ୍ତର ମାନେ ଯୋଗଦେଇ ସମସ୍ତ ଭିନ୍ନକ୍ଷମ ମାନଙ୍କ ପରୀକ୍ଷା କରିଥିଲେ । ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର,ବସ ଓ ରେଳ ପାସ, ରାସନ କାର୍ଡ,ଆବାସ ଘର,ଭତ୍ତା,ଦକ୍ଷତା ବୃଦ୍ଧି ତାଲିମ,ଆୟ ଓ ସ୍ଥାୟୀ ପ୍ରମାଣ ପତ୍ର,ଆବାସ ପଞ୍ଜିକରଣ ଡି ଆର ଆଇ ଋଣ ଓ ୟୁ ଡି ଆଇ ଡି କାର୍ଡ ଗୋଟିଏ ସ୍ଥାନରେ ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ପ୍ରୟାସ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର ଶିବିର ର ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ ବାବୁ ବେହେରା ଓ ଦୀପକ ବେହେରା ଙ୍କ ସମେତ ସତ୍ୟ ନାରାୟଣ ବେହେରା,ପ୍ରଶାନ୍ତ କୁମାର ଦାସ ସହାୟତା ପ୍ରଦାନ କରିଥିଲେ।