Home ଆଞ୍ଚଳିକ ଦ୍ଵିତୀୟ ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସ୍ଵନକ୍ଷତ୍ର ଦିବସ ପାଳିତ

ଦ୍ଵିତୀୟ ନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସ୍ଵନକ୍ଷତ୍ର ଦିବସ ପାଳିତ

10

ଖଲିକୋଟ,୧୮/୧(ଜିଲ୍ଲା ଖବର) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦ୍ଵିତୀୟ ନୂଆପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଶାସନ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ ଅଧକ୍ଷା କୁମାରୀ ଦାସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଭରସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ଦାଶ ମୁଖ୍ୟ ଅତିଥି, ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ମହାରଣା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିକିଲି ସରପଞ୍ଚ ପ୍ରତିନିଧି ବାବୁ ପ୍ରଧାନ ,ଆଲପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ଦଳବେହେରା, ଦଣ୍ଡପାଣି ବାରିକ, କୈଳାସ ଚନ୍ଦ୍ର ଶବର, ନିରଞ୍ଜନ ସେଠୀ, ମନୋଜ କୁମାର ସ୍ୱାଇଁ, ବ୍ରଜେନ୍ଦ୍ର ଶବର,ବଳରାମ ଘୋଷ, ପରିଚାଳନା କମିଟି ସଭାପତି କାଳୁ ଶବର ପ୍ରମୁଖ ଯୋଗଦେଇଥିଲେ। ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।