ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

21

ଧରାକୋଟ,୧୭/୧(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ନିମନ୍ତେ ତାଲିମ ଶିବିର ଆଜି 17 ତାରିଖ ଗୁରବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ସଭାପତିତ୍ବ କରିଥିବା ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଏସ ଆଇ ସୁସ୍ମିତା ମଗର, ଅନ୍ୟତମ ଅତିଥି ଭାବରେ ଏସ ଆଇ ସୁସ୍ମିତା ପଣ୍ଡା ଯୋଗଦେଇ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ତାଲିମ କିପରି ଆବଶ୍ୟକ ତାହା ଉପରେ ମତ ରଖିଥିଲେ । ଶିବିର ର ସମ୍ପାଦିକା ତଥା ଅଧ୍ୟାପିକା ଖିରାଵବ୍ଦି ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଆତ୍ମ ସୁରକ୍ଷା କୌଶଳ ଛାତ୍ରୀ ମାନଙ୍କ ପାଇଁ କିପରି ସହାୟକ ହେବ ସେ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଏହି ଶିବିରରେ 103 ଜଣ ଛାତ୍ରୀ ତାଲିମ ଗ୍ରହଣ କରିଥିଲେ । ପ୍ରସିଖିକା ସୋନାଲି ଗୌଡ଼ ଆତ୍ମ ସୁରକ୍ଷା ତାଲିମ ସମ୍ପର୍କରେ ତାଲିମ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବଳରାମ ସ୍ୱାଇଁ, ରାଜଶ୍ରୀ ବେହେରା,ସୁଭସ୍ମିତା ନାୟକ, ଅସାଞ୍ଜଳି ଦଳାଇ ଓ ସନ୍ଦୀପ ପଟ୍ଟନାୟକ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ