ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

8

ଧରାକୋଟ,୧୭/୧(ଜିଲ୍ଲା ଖବର) : ମୁଣ୍ତମରାଇ ସରସ୍ୱତୀ ଶିଶୁ ମନ୍ଦିରର 19 ତମ ବାର୍ଷିକ ଉତ୍ସବ ବେଶ ଉତ୍ସାହ ର ସହ ପାଳନ ହୋଇଯାଇଛି। ଶିଶୁ ମନ୍ଦିରର ସଭାପତି ଯୋଗେନ୍ଦ୍ର ସାସମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବି ଡି ଓ ଡେନିସ ବେହେରା,ଦକ୍ଷିଣ ପୂର୍ବ ସମ୍ଭାଗ ସମ୍ପାଦକ ଦୀପକ ମହାରଣା , ଏ ବି ଇ ଓ ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ସମ୍ପାଦକ ଚିଦାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗୁରୁଜୀ ଗଣେଶ ପାତ୍ର ଓ ବଳରାମ ଡାକୁଆ ସଂଯୋଜନା କରିଥିଲେ। ଶିକ୍ଷା ଦାନ ରେ ଉତ୍ତମ ଗୁଣବତ୍ତା ସହ ଚରିତ୍ର ଗଠନ ଓ ଅଗ୍ରଣୀ ରାଷ୍ଟ୍ର ଗଠନ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ଅତିଥି ମାନେ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।