
ଧରାକୋଟ,୧୬/୧(ଜିଲ୍ଲା ଖବର) : ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ ପରିଦର୍ଶନ କରି ଆନୁଷଙ୍ଗିକ ପରିବେଶ,ସ୍ବଚ୍ଛତା,ସରକାରୀ ଯୋଜନା ଗୁଡ଼ିକର ସଫଳତା କିପରି ସେ ବିଷୟରେ ଅବଗତ ହୋଇଛନ୍ତି । ଏହି ଟିମ ରେ ରାଜ୍ୟ ସ୍ତରରୁ ଡ ରାମକୃଷ୍ଣ ଶତପଥୀ, ଅନୁଜା ବେହେରା ଓ ଡ ସମ୍ବିତ ଜେନା ରହିଥିବା ବେଳେ ଜିଲ୍ଲା ସ୍ତରରୁ ସୁଜିତ କୁମାର କାର୍ଜୀ ଓ ସୁଧୀର କାନ୍ତି ବେହେରା ସାମିଲ ହୋଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ ଅଶୋକ, ଡ ନିବେଦିତା ସାହୁ, ଡ ଶୁଭମ ବାରା, ଡ ସୌମ୍ୟ ଗୌଡ଼, ଡ ବିମଳେନ୍ଦୁ ପଣ୍ଡା ଓ ବିକାଶ ନାୟକ ଉପସ୍ଥିତ ରହିଥିଲେ। ଫାର୍ମାସିଷ୍ଟ ସୌଭାଗ୍ୟ ନାୟକ,କେଦାରନାଥ ଆଚାର୍ଯ୍ୟ,ବିଜୟଲକ୍ଷ୍ମୀ ସାହୁ,ବି ପି ଏମ ଗୋଲକ ନାରାୟଣ ଗାରିଆଗାଡୁ, ସଞ୍ଜୟ ମହାରଣା,ଆଶୁତୋଷ ସାହୁ,ଅଞ୍ଜନା ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁନ୍ଦର ପରିବେଶ ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଟିମ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ । ସମସ୍ତ ନିର୍ମଳ କର୍ମଚାରୀ,ସୁରକ୍ଷା କର୍ମଚାରୀ ଓ ନର୍ସ ଅଫିସର ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।



