
ଧରାକୋଟ,୧୬/୧(ଜିଲ୍ଲା ଖବର) : ଧରାକୋଟ ପଞ୍ଚାୟତ ବୈଠକ ଗୃହରେ ଆର ଡି ସି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୁଲ୍ୟରେ ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କୁ ନେଇ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି,ସରପଞ୍ଚ ପୁନିଆ ଦାସ,ପୂର୍ବତନ ସରପଞ୍ଚ ଦିଲିପ ସ୍ୱାଇଁ ପ୍ରମୁଖ ଏଥିରେ ଅତିଥି ଭାବରେ ଯୋଗଦେଇଥିବା ବେଳେ ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠୀ ଏହାର ସଂଯୋଜନା କରିଥିଲେ। ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡ଼ିକର ସଫଳତା ଓ ସ୍ଥାୟୀ ସମାଧାନ ପାଇଁ ଏହି ବୈଠକ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶିକ୍ଷା,ସ୍ବାସ୍ଥ୍ୟ,ମିଶନ ଶକ୍ତି, ବିଦ୍ୟୁତ, ଶିଶୁ ବିକାଶ,ପଶୁପାଳନ,ମୃତ୍ତିକା ସଂରକ୍ଷଣ,ଉଦ୍ୟାନ ଓ ଉନ୍ନୟନ ବିଭାଗ ର ପଦାଧିକାରୀ ମାନେ ଏଥିରେ ଉପସ୍ଥିତ ରହିଥିଲେ।



