
ଧରାକୋଟ,୧୬/୧(ଜିଲ୍ଲା ଖବର) : ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ବାହାର ପୁର ରେ ଆଜି ଏକ ହୃଦୟ ବିଦାରକ ତଥା ଅଭାବନୀୟ ଘଟଣା ଘଟିଛି। ବାହାର ପୁର ଗ୍ରାମର ଏଲ ଆଇ ସି ଏଜେଣ୍ଟ ସୁଦାମ ଚରଣ ଦାସ ଙ୍କ ପୁଅର ଜନ୍ମ ଦିନ ପାଳନ ଅବସରରେ ହେଉଥିବା ଭୋଜିରେ ନିମନ୍ତ୍ରଣ ରକ୍ଷାକରି ଆସିକା ଏଲ ଆଇ ସି ଅଫିସ ର ଏ ବି ଏମ ହିମାଂଶୁ ଶେଖର ମହାପାତ୍ର ଓ ଡି ଓ ସୁଧାଂଶୁ ଶେଖର ସାହୁ ଯୋଗଦେଇ ଥିଲେ । ଜନ୍ମ ଦିନ ଉତ୍ସବ ପାଳନ ପରେ ଭୋଜି ଖାଇ ଏଲ ଆଇ ସି ଅଫିସ ର ଦୁଇ ପଦାଧିକାରୀ ନିଜର ବ୍ରିଯା କାର ରେ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବାହାର ପୁର ଶିବ ମନ୍ଦିର ପୋଖରୀ ନିକଟରେ କାର କୁ ପଛକୁ ନେଇଥିଲେ । କେହି କିଛି ବୁଝିବା ଆଗରୁ ଆଖି ପିଛୁଳାକେ କାର ଟି ପୋଖରୀ ଭିତରକୁ ପଶିଯାଇଥିଲା । ରାସ୍ତା ରେ ଯାଉଥିବା ଲୋକେ ପାଟି କରିବାରୁ ଗାଁର କିଛି ଲୋକ ପୋଖରୀ ଭିତରେ ପଶି ବଲା ସାହାଯ୍ୟରେ ଗାଡି ଭିତରୁ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଏ ବି ଏମ ହିମାଂଶୁ ଶେଖର ମହାପାତ୍ର ଙ୍କୁ ମୃତ ଘୋଷଣା କରିଥିଲେ। ଡି ଓ ସୁଧାଂଶୁ ଶେଖର ସାହୁଙ୍କ ଅବସ୍ଥା ସଙ୍କଟାପର୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆସିକା ଏଲ ଆଇ ସି ଅଫିସର ପଦାଧିକାରୀ ଓ ଏଯେଣ୍ଟ ମାନେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ ।



