Home ଆଞ୍ଚଳିକ ସେବା ସଂସ୍ଥାନ ଚିକିଟି ର ସହାୟତା

ସେବା ସଂସ୍ଥାନ ଚିକିଟି ର ସହାୟତା

58

ପାତ୍ରପୁର,୧୪/୧(ଜିଲ୍ଲା ଖବର) : ପାତ୍ରପୁରବ୍ଲକ ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ ଗତ ଚାରି ଦିନ ତଳେ କୁନ୍ତଳା ନାଇକ,ସୁଧୀର ନାଇକ, ଡ଼ମ୍ବୁରୁ ନାଇକ, ଛବି ନାଇକ ଏହି ଚାରି ଜଣ ପରିବାରଙ୍କ ଘରେ HB ଅର୍ଦ୍ଧରାତ୍ରରେ ଶୋଇଥିବା ସମୟରେ ହଠାତ୍ କେଉଁଠୁ କେମିତି ନିଆଁ ଲାଗି ଏହି ଚାରି ଜଣଙ୍କ ଘର ଜଳି ପୁରା ପୁରି ଧୂଳିସାତ ହୋଇଗଲା,ଭଗବାନଙ୍କ ଆଶୀର୍ବାଦ ରୁ ନିଆଁ ଲାଗିବାର କିଛି ସମୟ ପରେ ସେମାନଙ୍କର ନିଦ ଭାଙ୍ଗିଯାଇଥିଲା ଏବଂ ସେମାନେ ପ୍ରାଣ ବିକଳରେ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ନିଜ ପିଲା ମାନଙ୍କୁ ଧରି ବାହାରକୁ ବାହାରିପଡ଼ିଥିଲେ ,ସେ ଘର ଭିତରେ ସେମାନଙ୍କର ସୁନା ଟଙ୍କା ଚାଉଳ ଲୁଗା ଭଳି ଅନେକ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଗଲା,ଏହି ଭଳି ଦୁଃଖଦ ଖବର ଶୁଣିବା ମାତ୍ରେ ଆଜି ସେବା ସଂସ୍ଥାନଚିକିଟୀର ସଭାପତି ସହ ଅନେକ ସଦସ୍ୟ ସେହି ଗ୍ରାମକୁ ଯାଇ ଚାରୋଟି ପରିବାରକୁ ଚାରି ପକେଟ୍ ଚାଉଳ,ସମସ୍ତଙ୍କ ପାଇଁ କିରାଣୀ ସାମଗ୍ରୀ ସହ ଏକ ହଜାର ଲେଖାଏଁ ଚାରି ହଜାର ଟଙ୍କା ସହଯୋଗ କରି ଆସିଲେ,ଏହି ଭଳି କାର୍ଯ୍ୟକୁ ଦେଖି ସେଠାକାର ଅଞ୍ଚଳବାସି ଖୁବ୍ ପ୍ରଶଂସା କରିଥିଲେ।