
ପୁରୁଷୋତ୍ତମପୁର, (ସୁଦାମ ମହାରଣା) ; ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏଏସି ସ୍ଥିତ କୁମ୍ଭାରୀ ଗ୍ରାମର କୁମାରେଶ୍ବର ଶୈବପୀଠରେ ହନୁମାନ ଓ ନଟରାଜ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ମହିଳା ମାନେ ଋଷିକୂଲ୍ୟା ନଦୀରୁ ଜଳ ସଗ୍ରହକରି ମନ୍ଦିରରେ ପହଂଚି ଥିଲେ।ନାମଯଜ୍ଞ,ହୋମଯଜ୍ଞ,ପ୍ରାଣ ପ୍ରତିଷ୍ଠା, ସିଂହାସନ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଇସ୍କନ ମନ୍ଦିରର କର୍ମକର୍ତ୍ତାଙ୍କ ଦ୍ବାରା ପ୍ରତ୍ୟେକ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମକୁ ପୁରୁଷୋତ୍ତମପୁରର ସମସ୍ତ ଜନସାଧାରଣ ସହଯୋଗ କରୁଛନ୍ତି।



