
ଚିକିଟି,୧୩/୦୧(ଜିଲ୍ଲା ଖବର) : ସଡକ ନିରାପତ୍ତା ସଚେତନତା ସପ୍ତାହ ପାଳନ ଅବସରରେ ଚିକିଟୀ ବ୍ଲକ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁନାପୁର ଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସଡକ ନିରାପତ୍ତା ସଚେତନତା ରାଲି କରା ଯାଇଥିଲା। ଛାତ୍ର ଛାତ୍ରୀ ମାନେ ସୁନାପୁର ମୁଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ବାଇକ୍ ଆରୋହୀ ମାନଙ୍କୁ ହେଲମେଟ ବାଧ୍ୟତାମୂଳକ ପିନ୍ଧିବା ପାଇଁ ସଚେତନ କରାଇ ଥିଲେ। ଏହା ସହ କାର ଚାଳକ ଓ ସହଯାତ୍ରୀଙ୍କୁ ସିଟ୍ ଵେଲ୍ଟ ବାଧ୍ୟତାମୂଳକ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ। ଟ୍ରିପଲ ରାଇଡିଂ ଓ ନାବାଳକ ଗାଡ଼ି ଚାଳନା କୁ ସମ୍ପୂର୍ଣ୍ଣ ବାରଣ ଉପରେ ସଚେତନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ସଚେତନତା ପ୍ଲାକାର୍ଡ ଧରି ସ୍ଲୋଗାନ ମାନ ଦେଇଥିଲେ। ସୁନାପୁର ସାମୁଦ୍ରିକ ଥାନା ପୋଲିସ୍ ଏହି ରାଲିରେ ଯୋଗଦେଇ ସର୍ବ ସାଧାରଣକୁ ସଚେତନ କରାଇଥିଲେ ।



