
ଚିକିଟି,୧୧/୧(ଜିଲ୍ଲା ଖବର) : ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଲୋକନାଥ ଗୌଡ଼ ନାମକ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡିତ ହୋଇଥିଲା ଏବେ ଆଠ ଦିନ ତଳେ ତାର ମୃତ୍ୟୁ ହୋଇଗଲା ,ସେ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କରି ପରିବାରକୁ ଲାଳନ ପାଳନ କରୁଥିଲା ତାଙ୍କ ପରିବାର କହିଲେ ତିନୋଟି ପିଲା ଏବଂ ତାଙ୍କ ସ୍ତ୍ରୀ, ତାଙ୍କ ପରିବାରର ପରିସ୍ଥିତି ଏତେ ଖରାପ ଅବସ୍ଥା କହିଲେ ନସରେ ଏମିତିକି ତାଙ୍କ ସ୍ତ୍ରୀ ନିଜେ ତାଙ୍କ ସ୍ୱାମୀର ଶୁଦ୍ଧକାର୍ଯ୍ୟ କରିବା ପାଇଁ ମଧ୍ୟ ତା ପାଖରେ ସକ୍ଷମ ନାହିଁ ,ଏହି ଖବର ଶୁଣି ସେବା ସଂସ୍ଥାନ ର ସଭ୍ୟ ମାନେ ଓ ଜଗନ୍ନାଥପୁର ଗ୍ରାମର ଯୁବ ଭାଇ ମାନେ ତାଙ୍କ ଘର ନିକଟକୁ ଜାହିଁ ଶୁଦ୍ଧକାର୍ଯ୍ୟ ନିମନ୍ତେ 8500 ଟଙ୍କା ଓ ଗୋଟେ ଚାଉଳ ପକେଟ୍ ପ୍ରଦାନ କରିଥିଲେଆମ ଜଗନ୍ନାଥପୁର ଗ୍ରାମର ଲୋକମାନେ ସେବା ସଂସ୍ଥାନ କୁ ପ୍ରଶଂସା କରିଥିଲେ .ସେବା ସଂସ୍ଥାନ ର ସଭ୍ୟ ମାନେ କିଛି କିଛି ଟ ଙ୍କା ବାହାର କରି ଅସୁବିଧାରେ ପଡିଥିବା ପରିବାରକୁ ସହଯୋଗ କରିବା,ରକ୍ତ ଦାନ କରିବା ବୃକ୍ଷ ରୋପଣ କରିବା ଆଦି ସମାଜ ମଙ୍ଗଳ କାମ କରୁଛନ୍ତି



