Wednesday, October 14, 2026
Home ଆଞ୍ଚଳିକ ପୁରୁଷୋତମପୁର ,ସ୍ଥାନୀୟ ତାରାତାରିଣୀ ମହାବିଦ୍ୟା ଳୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସକୁ ତିନି ଦିନ ଧରି...

ପୁରୁଷୋତମପୁର ,ସ୍ଥାନୀୟ ତାରାତାରିଣୀ ମହାବିଦ୍ୟା ଳୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସକୁ ତିନି ଦିନ ଧରି ପାଳନ କରାଯାଇଅଛି

12

ପୁରୁଷୋତ୍ତମ ପୁର,୧୦/୧(ଜିଲ୍ଲା ଖବର) : +୨ ଏବଂ +୩ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଓ ପ୍ଲା କାର୍ଡ ଧରି ନଗର ପରିକ୍ରମା କରିଥିବା ବେଳେ ୯/୧/୨୦୨୫ ତାରିଖରେ ସାଧାରଣଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୧୦/୧/୨୦୨୫ ତାରିଖରେ ସଫଳ ପ୍ରତିଯୋଗୀ ମାନଂକୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଡ଼.ରମେଶଚନ୍ଦ୍ର ସେନାପତି,ଅଧ୍ୟାପକ ଗୌରାଙ୍ଗ ଚରଣ ପଟନାୟକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ,ଅଧ୍ୟାପକ ଡ଼.ପ୍ରବୀରକେଶରୀ ପ୍ରଧାନ ପ୍ରବାସୀ ଭାରତୀୟ ଦିବସ ପାଳନାର ପ୍ରାସଙ୍ଗିକା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଂକୁ ଉଦବୋଧନ ଦେଇଥିଲେ । ଅଧ୍ୟାପକ ପ୍ରସାଦ କୁମାର ବେହେରା ସହଯୋଗ ପ୍ରଦାନ କରିଥିବା ବେଳେ ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ,ଜାତୀୟସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ମିନାକ୍ଷୀ ଦାସ । ଛାତ୍ର ଛାତ୍ରୀଙ୍କ ରାଲି ଉଦଘାଟନ କରିବା ସାଙ୍ଗକୁ,ପ୍ରବାସୀ ଭାରତୀୟ ଦିବସର ମର୍ମ ବୁଝାଇଥିଲେ ଅଧ୍ୟକ୍ଷ ଡ଼.ସୁରେନ୍ଦ୍ର ନାଥ ପଣ୍ଡା ।