
ଭଞ୍ଜନଗର, ୮/୧(ଜିଲ୍ଲା ଖବର) : ଭଞ୍ଜନଗର ବ୍ଳକର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭଂଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ ଙ୍କ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାର ପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ସିଆରସିସି ବିଭୁ ପ୍ରସାଦ ମହାପାତ୍ର, ମନ୍ମଥ କୁମାର ବିଷୋୟୀ, ସୁଜିତ କୁମାର ଗୌଡ଼, ଶିକ୍ଷକ ଶ୍ୟାମାପ୍ରସାଦ ମିଶ୍ର, ନାରାୟଣ ମହାପାତ୍ର, ଦିବାକର ସେଠୀ, ସିଦ୍ଧାର୍ଥ କୁମାର ଶତପଥୀ ଓ ସନ୍ତୋଷ କୁମାର ରଥ। ଚାରୋଟି ବିଭାଗରେ କୁଇଜ୍, ପ୍ରବନ୍ଧ, ପୋଷ୍ଟର ଓ ସାଇକ୍ଲିଙ୍ଗ୍ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନେ ଆସନ୍ତାକାଲି ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଓ ବିଆରଟି ଅନୀଲ କୁମାର ମୁଦୁଲି ସମସ୍ତ ପ୍ରକାରର ସହଯୋଗ କରିଥିଲେ।



