Home ଆଞ୍ଚଳିକ ଓଡିଶା ଆଇନ ଯିବି ସଙ୍ଘ ନୂତନ କର୍ମକର୍ତ୍ତା ଙ୍କୁ ପୁରୁଷୋତ୍ତମପୁର ରେ ସମ୍ବର୍ଦ୍ଧନା

ଓଡିଶା ଆଇନ ଯିବି ସଙ୍ଘ ନୂତନ କର୍ମକର୍ତ୍ତା ଙ୍କୁ ପୁରୁଷୋତ୍ତମପୁର ରେ ସମ୍ବର୍ଦ୍ଧନା

83

ପୁରୁଷୋତ୍ତମପୁର,୭/୧(ଜିଲ୍ଲା ଖବର) : ଗତ ଡିସେମ୍ବର ମାସ 30 ତାରିଖ ରେ ଭଞ୍ଜନଗର ଠାରେ ନିଖିଳ ଓଡିଶା ଆଇନ ଯିବି ସଙ୍ଘ ର 53ତମ ଉଛବରେ ଗଞ୍ଜାମ ଜିଲ୍ଲା ର 4ଜଣ ଙ୍କ ମଧ୍ୟରୁ ପୁରୁଷୋତ୍ତମ ପୁର ଓକିଲ ସଙ୍ଘ ର ସଭାପତି ଥିବା ସ୍ୱରାଜ୍ୟ ପାଣିଗ୍ରାହୀ ନିଖିଳ ଉତ୍କଳ ଆଇନ ଯିବି ସଂଘର ଉପ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ରଘୁନାଥ ପାଣିଗ୍ରାହୀ, ନୟନ ଚନ୍ଦ୍ର ମହାପାତ୍ରମଧ୍ୟଉପସଭାପତି ରୂପେ ନିର୍ବାଚିତ ହୋଇ ଥିଲେ | ଏବଂଅନ୍ୟଜଣେ କୁଞ୍ଜ ବିହାରୀ ପଣ୍ଡା ଯୁଗ୍ମ ସମ୍ପାଦକରୂପେ ନିର୍ବାଚିତହୋଇଥିଲେ | ସେହିପରି ଅଲ ଓଡିଶା ବାର କାଉନ ସିଲ ର ମେମ୍ବର ଥିବା ବ୍ରହ୍ମପୁର ପୀତବାସ ପଣ୍ଡା ଙ୍କୁ ପୁରୁଷୋତ୍ତମପୁର ବାର ତରଫରୁ ପ୍ରୋସେସନ ସହ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଏକ ବୈଠକ ର ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ବରିଷ୍ଟ ଓକିଲତଥାପୂର୍ବତନ ବାର ଓକିଲ ସଙ୍ଘସଭାପତି ଉପେନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟ ରେ ଆରମ୍ଭ କରାଯାଇଥିଲା | ପୂର୍ବାହ୍ନ ୧ ଘଣ୍ଟ ସମୟରେ ୟୁନ୍ନିୟନ ବ୍ୟାଙ୍କ ନିକଟରୁ ସମସ୍ତଙ୍କୁ ବାଜା ବଜେଇ ପାଛୋଟି ନେଇ ଓକିଲ ସଂଘର ବୈଠକ ଗୃହରେ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଓକିଲ ସଂଘର ସଦସ୍ୟ ପୀତବାସ ପଣ୍ଡା ଯୋଗଦେଇ ରାଜ୍ୟରେ ଥିବା ଆଇନଜୀବୀ ଙ୍କର ବିଭିନ୍ନ ସମସ୍ୟାକୁ ଓଡିଶା ସରକାରଙ୍କ ଦୂଷ୍ଟି ଗୋଚର ନେଇ ଓକିଲଙ୍କ କର୍ପୋସ ଫଣ୍ଡ ବୃଦ୍ଧି ନିମନ୍ତେ ପ୍ରସ୍ଥାଦ ଦେବା ସହ ଓକିଲ ମାନଙ୍କ ର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ନିଜ ମତ ପୋଷଣ କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବରିଷ୍ଠ ଆଇନଜୀବୀ କେଦାରନାଥ ପଟ୍ଟନାୟକ,ଦେବେନ୍ଦ୍ର ମହାପାତ୍ର, ଗୌରୀ ଶଙ୍କର ରାଉଳ,ପଦ୍ୟୁଷ କୁମାର ବାହିନୀପତି, ବାସୁଦେବ ଜେନା, ସରକାରୀ ଆଇନ ଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼, ରମା ରଞ୍ଜନ ଦାସ, ପ୍ରଭାତ କୁମାର ଦାସ, ପ୍ରଭାତ କୁମାର ପଟ୍ଟନାୟକ, ସିମାଞ୍ଚଳ ମିଶ୍ର, ରବୀନ୍ଦ୍ର ସାହୁ, ଅଶୋକ କୁମାର ମହାଙ୍କୁଡ, ଅକ୍ଷୟ ବେହେରା, ପାଣ ବେହେରା, ସେହିପରି ଓକିଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଉପ ସଭାପତି ଦୁର୍ଗା ଚରଣ ଦାସ, ସହ ସମ୍ପାଦକ ନିରଞ୍ଜନ ବେହେରା, ସୀତାରାମ ପାଣିଗ୍ରାହୀ, ପବିତ୍ର ସାହୁ, ପ୍ରଶାନ୍ତ ପାଢ଼ୀ, ପି ଗୋପାଳ, ରାଜେନ୍ଦ୍ର ପ୍ରାସାଦ ଶତପଥୀ,ସଦାଶିବପଣ୍ଡା, କାମେଶ୍ୱର ଗୌଡ଼, ଇନ୍ଦ୍ରମଣୀ ଦକେଇ ଙ୍କ ସହିତ ବହୁ ଆଇନ ଯିବି ପ୍ରମୁଖ ଉପସ୍ଥିତ ରହି ପରିଚାଳନାଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l