
ବେଲଗୁଣ୍ଠା,୧/୧(ଜିଲ୍ଲା ଖବର) : ଆଜି ଇଁରାଜୀ ନବ ବର୍ଷ ଅବସରରେ ଏହାକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ମଧ୍ୟ ନିଜର ନିଆରା ଢ଼ଙ୍ଗରେ ନବ ବର୍ଷକୁ ସ୍ୱାଗତ କରିଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ୍ କରି ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଚଲାପଥ କୁସୁମିତ ହେଉ ବୋଲି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ଆଜି ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରମୁଖଙ୍କୁ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ବରିଷ୍ଠ ସଦସ୍ୟ ଚନ୍ଦନ କୁମାର ସାହୁ, ସୁରେଶ ସୁବୁଦ୍ଧି, ଯୁବ ସଦସ୍ୟ ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା,ତୋଫାନ ସାହୁ,ପଞ୍ଚାନନ ସାହୁ,ସଦାଶିବ ପାଣିଗ୍ରାହୀ ପ୍ରମୁଖ ଊପସ୍ଥିତ ଥିଲେ I ଅଧିକାରୀମାନେ ମଧ୍ୟ ମିଠା ଖୁଆଇ ସାମ୍ବାଦିକ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ I



