ମୁକ୍ତେଶ୍ଵରଙ୍କ ପୀଠରେ କଳାକାର ସମ୍ମିଳନୀ

41

ଧରାକୋଟ,୩୧/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକର ପୁଟୁ ନିକଟସ୍ଥ ପ୍ରସିଦ୍ଧ ଶୈବ ପୀଠ ମୁକ୍ତେଶ୍ଵର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ନିସଙ୍କୁ,ସମ୍ମାନିତ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ବିଭାଗ ଉପ ସଭାପତି ସନ୍ତୋଷ କୁମାର ପଢ଼ି,ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ସଭାପତି ଶିବରାମ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଭାରତ ଲୀଳା ଗବେଷକ ନବଘନ ପରିଡ଼ା,ଅନ୍ୟତମ ଅତିଥି ଭାବରେ ବ୍ଲକ ଉପ ସଭାପତି ସୁବାସ ସ୍ୱାଇଁ, ପାଲା ଗାଇକା ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଧୀରେ ଧୀରେ କମିବାକୁ ବସିଥିବା ଲୋକକଳା କୁ ଉଦଜୀବିତ କରି ରଖିବା, କଳା ଓ କଳାକାରକୁ ସରକାରୀ ମାନ୍ୟତା ପ୍ରଦାନ,ଲୋକକଳା ଓ ଯାତ୍ରା ପରିବେଷଣ ସମୟରେ ଅଶ୍ଳିଳତା ବନ୍ଦ କରିବା,ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ କଳାକାର ଙ୍କୁ ପରିଚୟ ପତ୍ର ପ୍ରଦାନ,କଳାକାର ଭତ୍ତା ବୃଦ୍ଧି,ବ୍ଲକ ସ୍ତରରେ କଳାକାର ମାନଙ୍କ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ,ସରକାରଙ୍କ ପକ୍ଷରୁ ହେଉଥିବା ସଚେତନତା କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ କଳାକାର ମାନଙ୍କୁ ସାମିଲ କରିବା ପାଇଁ ଏହି ବୈଠକରେ ଦାବୀ ଉପସ୍ଥାନ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର 22 ଗୋଟି ବ୍ଲକର ଉପ ସଭାପତି ମାନଙ୍କ ସହ ଧରାକୋଟ ବ୍ଲକର ସମସ୍ତ କଳାକାର ଉପସ୍ଥିତ ରହିଥିଲେ। ବ୍ଲକ କଳା ଓ ସଂସ୍କୃତି ସଂଘ ତରଫରୁ କୃଷ୍ଣ ଚନ୍ଦ୍ର ବେହେରା,ପ୍ରସନ୍ନ ରାଉତ,ପାଣ୍ଡବ ବିଶୋଇ ଓ ଟୁନା ମଲ ଙ୍କ ସମେତ ସମସ୍ତେ ସହଯୋଗ ପ୍ରଦାନ କରିଥିଲେ।