ବ୍ଲକ ପ୍ରଶାସନର ମନ ମାନି ବିରୁଦ୍ଧରେ ସମିତି ସଭ୍ୟ ଓ ସଭ୍ୟାଙ୍କ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

302

ଧରାକୋଟ,୩୧/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକ ପ୍ରଶାସନ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟରେ ଗୁରୁତର ଲିଖିତ ଅଭିଯୋଗ କରିଛନ୍ତି ବ୍ଲକର ଷୋହଳ ଗୋଟି ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ସମିତି ସଭ୍ୟ ଓ ସଭ୍ୟା। ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳର ଅଧ୍ୟାକ୍ଷା ଙ୍କ ଦଖଲରେ ଥିବା ଏହି ବ୍ଲକର 18 ଗୋଟି ପଞ୍ଚାୟତ ମଧ୍ୟରୁ 16 ଗୋଟି ପଞ୍ଚାୟତ ର ସମିତି ସଭ୍ୟ ଓ ସଭ୍ୟା ନିଜର ଦୀର୍ଘ ଦିନ ର ଅସନ୍ତୋଷ କୁ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକର ଧରାକୋଟ ପଞ୍ଚାୟତ ର ସମିତି ସଭ୍ୟା ତଥା ସମିତି ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ମାଣିକପୁର ସମିତି ସଭ୍ୟା ଇନ୍ଦୁ ନାୟକ ଙ୍କୁ ଛାଡ଼ିଦେଲେ ଖୋଦ ବରଡାବିଲି ସମିତି ସଭ୍ୟ ତଥା ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଢ଼ଉଗାଁ ସଭ୍ୟ ଦୟାନିଧି ପ୍ରଧାନ, ଝରପାରି ସଭ୍ୟା ରଜନୀ ଗୌଡ଼, ବାହାରପୁର ସଭ୍ୟା ସୁଜାତା ଜେନା, ସରଧା ପୁର ସଭ୍ୟା ପୁଷ୍ପାଞ୍ଜଳି ପଣ୍ଡା, ସାବା ସଭ୍ୟା ବି ବିଜୟଲକ୍ଷ୍ମୀ ପାତ୍ର,ଗୋଲା ଦାମୋଦର ପଲି ସଭ୍ୟା ଆରତୀ ବେହେରା, ମୁଣ୍ଡମରାଇ ସଭ୍ୟା ମାନିନୀ ପାତ୍ର, ଜାହାଡା ସଭ୍ୟା ରୁବୀ ବେହେରା, ସୀଙ୍ଗିପୁର ସଭ୍ୟା ମମତା ଦାଶ,ଓଳମ୍ବା ସଭ୍ୟ କୃଷ୍ଣ ଚନ୍ଦ୍ର ଗୌଡ଼, ରୁଗୁମୁ ସଭ୍ୟ ବନବାସ ବେହେରା, ଜଗ ମୋହନ ସଭ୍ୟ ବିଭୂତି ଭୂଷଣ ବେବର୍ତ୍ତା, ବଳରାମ ପୁର ସଭ୍ୟ ଜୋସେଫ ମଣ୍ଡଳ, ଝାଡ଼ବନ୍ଧ ସଭ୍ୟ ନାରାୟଣ ଗୌଡ଼, ମଛାକୋଟ ସଭ୍ୟ ପ୍ରତାପ ଚନ୍ଦ୍ର ଗୌଡ଼ ଜିଲ୍ଲାପାଳ ଙ୍କ ପ୍ରତିନିଧି ଅଭିଷେକ ସାହୁ ଙ୍କୁ ବ୍ଲକ ରେ କାର୍ଯ୍ୟରତ ସରକାରୀ ବାବୁଙ୍କ ମନ୍ ମାନି ଓ ଅଣଦେଖା ସମ୍ପର୍କରେ ଅଭିଯୋଗ କରିଛନ୍ତି।

ଏହି ଦାବୀ ଗୁଡ଼ିକ ହେଲା ବ୍ଲକ ପଦାଧିକାରୀ ମାନେ ସମିତି ସଭ୍ୟ ଓ ସଭ୍ୟା ମାନଙ୍କ ପ୍ରତି ଅବିଚାର କରିବା ସହ ତାଙ୍କୁ ଗୁରୁତ୍ଵ ନଦେବା,ସରକାରୀ ଯୋଜନା ପ୍ରଣୟନ ବେଳେ ଅବଗତ ନକରିବା,ପଞ୍ଚାୟତ ଓ ବ୍ଲକରେ ସଭ୍ୟ,ସଭ୍ୟା ମାନଙ୍କ ପାଇଁ ଅଫିସ ଗୃହ ନଥିବା,ନିର୍ବାଚିତ ସଭ୍ୟ ଓ ସଭ୍ୟା ଙ୍କୁ ଗୁରୁତ୍ଵ ନଦେଇ ସରପଞ୍ଚ ପ୍ରତିନିଧି ଙ୍କୁ ଅଧିକ ଗୁରୁତ୍ଵ ଦେବା,ତିନି ବର୍ଷ ବିତିଥିଲେ ମଧ୍ୟ ସମିତି ଫଣ୍ଡ ବିନିଯୋଗ କରାନଯିବା,ମିଳିତ ଜନ ଶୁଣାଣି ସମ୍ପର୍କରେ ସଠିକ ସୂଚନା ନଦେବା, ବ୍ଲକକୁ ଆସୁଥିବା ସମସ୍ତ ସରକାରୀ ଅନୁଦାନକୁ ସମିତି ବୈଠକ ରେ ଅନୁମୋଦନ କରି କାର୍ଯ୍ୟକାରୀ କରିବା ସର୍ବୋପରି ବ୍ଲକ ଅଧ୍ୟକ୍ଷା ସଭ୍ୟ ଓ ସଭ୍ୟା ମାନଙ୍କୁ ଗୁରୁତ୍ଵ ନଦେବା ଅଭିଯୋଗ ଆଣିଛନ୍ତି ବ୍ଲକର 16 ଗୋଟି ପଞ୍ଚାୟତ ର ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟା । ପଞ୍ଚାୟତ ନିର୍ବାଚନକୁ ଏହା ମଧ୍ୟରେ ତିନିବର୍ଷ ବୀତିଥିଲେ ମଧ୍ୟ ଖୋଦ ବିଜୁ ଜନତା ଦଳର ଦଖଲରେ ଥିବା ଏହି ବ୍ଲକର ପ୍ରତିନିଧି ମାନଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷର ଦାନା ଧୀରେ ଧୀରେ ବଢିବାରେ ଲାଗିଛି ଏହା ଆଜିର ଲିଖିତ ଅଭିଯୋଗ ରୁ ସ୍ପଷ୍ଟ ଭାବରେ ବାରିହୋଇ ପଡ଼ିଛି ।