ଧରାକୋଟ ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

62

ଧରାକୋଟ,୩୦/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର ପ୍ରମୋଦ କୁମାର ପୃଷ୍ଟି,ଜିଲ୍ଲାପାଳଙ୍କ ପ୍ରତିନିଧି ଅଭିଷେକ ସାହୁ,ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ଦାସ, ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅବିଦା ପରବିନ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଚିନ୍ମୟୀ ରାଉତ, ସି ଡି ପି ଓ ସୁନିଲ ପ୍ରଭା ରଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ କୁମାର ମାଝୀ,ଜଳସେଚନ ବିଭାଗ ଯନ୍ତ୍ରୀ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ରହିଥିଲେ। ଏହି ଶିବିରରେ ମୋଟ 133 ଜଣ ଅଭିଯୋଗ ପଞ୍ଜିକରଣ କରିଥିଲେ। 23 ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ,7 ଜଣଙ୍କୁ ଟ୍ରାଇ ସାଇକେଲ ବଣ୍ଟନ,5 ଜଣଙ୍କୁ ହ୍ବିଲ ଚେୟାର ବଣ୍ଟନ ଓ ରାଜସ୍ବ ବିଭାଗ ପକ୍ଷରୁ 41 ଜଣ ଙ୍କୁ ବସୁନ୍ଧରା ଯୋଜନା ରେ ସ୍ଥାୟୀ ଘର ପଟ୍ଟା ବଣ୍ଟନ କରାଯାଇଥିଲା । ମୁଖ କର୍କଟ ରୋଗ ରେ ପୀଡ଼ିତ ଅର୍ଚ୍ଚିତା ସ୍ୱାଇଁ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ 20 ହଜାର ଟଙ୍କା ରେଡକ୍ରସ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।