
ଧରାକୋଟ,୩୦/୧୨(ଜିଲ୍ଲା ଖବର): ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ପ୍ରଦୀପ କୁମାର ଶତପଥୀ ଙ୍କ ଅକାଳ ବିୟୋଗ ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା, ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର ,ମୁଖ୍ୟ କିରାଣୀ ଜୟଦେବ ମୃଦଙ୍ଗିଆ,ଦିବାକର ସ୍ୱାଇଁ,ସନୋଜ ପାଢ଼ୀ,ପ୍ରଣୟ ପଟ୍ଟନାୟକ, ସ୍ଵପ୍ନାରଣି ପଟ୍ଟନାୟକ,ଲମ୍ବୋଦର ପାଢ଼ୀ ଙ୍କ ସମେତ ସମସ୍ତ ସି ଆର ସି ସି ଓ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି ଅବସରରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରକାଶ ଯୋଗ୍ୟ ସ୍ବର୍ଗତ ରାଧା ମୋହନ ଶତପଥୀ ଙ୍କ ପୁତ୍ର ପ୍ରଦୀପ କୁମାର ଶତପଥୀ ଭଞ୍ଜନଗର ଠାରେ 1967 ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ଧରାକୋଟ ବ୍ଲକରେ ଏ ବି ଇ ଓ ଭାବରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର ରେ ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଗତ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଉଷାରାଣୀ ଦାସ ଙ୍କ ସମେତ ଦୁଇ ଝିଅ ବର୍ଷା,ବୈଶାଖୀ ଓ ଏକ ମାତ୍ର ପୁଅ ଅଂଶୁମାନ ଉପସ୍ଥିତ ରହିଥିଲେ। ତାଙ୍କର ମୃତ୍ୟୁରେ ବ୍ଲକ ଶିକ୍ଷକ ମହଲରେ ସୋକର ଛାୟା ଖେଳିଯାଇଛି।



