
ପାତ୍ରପୁର, ୨୮/୧୨(ଜିଲ୍ଲା ଖବର) : ଏହି ବ୍ଲକ ଅନ୍ତର୍ଗତ ଖରାଣୀପଡା ଗ୍ରାମର ଉଦୟ ପ୍ରଧାନ ଅନେକ ଦିନ ହେଲା ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଘରେ ପଡିରହିଥିବା ବେଳେ ସ୍ତ୍ରୀ ଅମୁଲ୍ୟ ମଜୁରୀ କରି ଘର ପ୍ରତିପୋଷଣ କରୁଛନ୍ତି।କିନ୍ତୁ କିଛି ଦିନ ହେଲା ଅମୁଲ୍ୟ ବି ଦେହ ଅସୁସ୍ଥ ହେତୁ କୈାଣସି କାମ କରିପାରୁନାହାନ୍ତି। ତାଙ୍କର ନିଜର କେହି ସନ୍ତାନ ନଥିବା ହେତୁ ଅସହାୟ ହୋଇ କରେ ପଡି ରହିଛନ୍ତି।ସାହି ପଡିଶା ଗାଁ ଲୋକେ କେହ କିଛି ଖାଇବାପାଇଁ ଦେଲେ ଖାଉଛନ୍ତି ନହେଲେ ଉପାସ ରେ ପଡିରହୁଛନ୍ତି। ଏହି ଭଳି ପରିସ୍ଥିତି ରେ ଗରିବ ଦମ୍ପତି ଆମ ସେବା ସଂସ୍ଥାନ କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ଏହି ଅନୁରୋଧ କ୍ରମେ ସେବା ସଂସ୍ଥାନ ଯଥାଶୀଘ୍ର ଖରଣୀପଡ଼ା ଗ୍ରାମରେ ପହଞ୍ଚି ତଦାରଖ କରି ବହୁତ ଦୁଃଖ ପ୍ରକାଶ କଲେ। ତାଙ୍କ ଘର ପ୍ରତିପୋଷଣ ପାଇଁ ଦୁଇ ମାସ ପାଇଁ କିରାଣୀ ଜିନିଷ, ଗୋଟିଏ ଚାଉଳ ପ୍ୟାକେଟ ଏବଂ 4000(ଚାରି ହଜାର) ଟଙ୍କା ପ୍ରଦାନ କରି ବଞ୍ଚିବାର ଦୃଢ଼ ମନୋବଳ ଦେବା ସହ ଆଶ୍ଵାସନା ଦେଲେ। ଏ ଭଳି ମହନୀୟ କାର୍ଯ୍ୟାବଳୀ ଦେଖି ଖରଣୀପଡ଼ା ଗ୍ରାମବାସୀ ଖୁସି ହେବା ସହ ସେବା ସଂସ୍ଥାନକୁ ପ୍ରଶଂସା ମଧ୍ୟ କରିଥିଲେ।



