Home ଆଞ୍ଚଳିକ ଧାନ କିଣା ଆରମ୍ଭ ହେଲା ଭାଲେରି ମଣ୍ଡିରେ

ଧାନ କିଣା ଆରମ୍ଭ ହେଲା ଭାଲେରି ମଣ୍ଡିରେ

54

ବିଷମକଟକ ୨୮-୧୨(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପଂଚାୟତର ଭାଲେରି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ଗତ ୧୭ ତାରିଖରୁ ବିଷମକଟକରେ ଚଳିତବର୍ଷର ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଭାଲେରୀ ରେ ଧାନ ମଣ୍ଡି ରହିଛି। ଗୁରୁବାର ଦିନ ୯ ଜଣ ଚାଷୀ ମାନଙ୍କ ଠାରୁ ୩୮୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ସତ୍ୟ ନାରାୟନ ରାଇସ୍ ମିଲ୍ ଦୁର୍ଗୀ ଓ ମାଁ ମାଣିକେଶ୍ଵରୀ ରାଇସ୍ ମିଲ୍ ଦୁର୍ଗୀ ଏହି ଦୁଇ ମିଲରସ୍ ଧାନ କିଣିଥିବା ବେଳେ ଶୁକ୍ରବାର ଭାଲେରି ସ୍ଥିତ ମଣ୍ଡିରେ ୧୧ ଜଣ ଚାଷୀ ମାନଙ୍କ ଠାରୁ ୪୬୪ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବିଷମକଟକ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ସୂଚନା ଦେଇଛନ୍ତି ‌। ଏଫ୍ ଏ କ୍ୟୁ ମାନର ଧାନର ବହୁତ ବାଦବିବାଦ ପରେ ଆଜି ସପ୍ତମ ପର୍ଯ୍ୟାୟରେ ଆଜି ଭାଲେରି ମଣ୍ଡିରୁ ଧାନ ଉଠିବା ଆରମ୍ଭ ହୋଇଛି। ପୂର୍ବରୁ ୬ ଟି ମଣ୍ଡିରୁ ଧାନ ଉଠିନଥିବା ବେଳେ ଆଜି ଅଷ୍ଟମ ଦିନରେ ଦୁଇଟି ମଣ୍ଡିରୁ ଧାନ କିଣା ଆରମ୍ଭ ହୋଇଛି। ଏହି ୧୧ ଜଣ ଚାଷୀ ମାନଙ୍କ ଠାରୁ ଆଜି ତିନୋଟି ମିଲରସ୍ ଧାନ କିଣି ଛନ୍ତି। ସେମାନେ ହେଲେ ମାଁ ମାଣିକେଶ୍ଵରୀ ରାଇସ୍ ମିଲ୍ ଦୁର୍ଗୀ, ନରସିଂହ ରାଇସ୍ ମିଲ୍ କୁମାର ଢାମୁଣୀ, ସତ୍ୟ ନାରାୟଣ ରାଇସ୍ ମିଲ୍ ଦୁର୍ଗୀ। ଏହି ଧାନ ମଣ୍ଡିରେ ନୋଡାଲ ଅଫିସର, ସମବାୟ ସମିତିର କର୍ମଚାରୀ, ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ, ମିଲରସ୍ ଓ ଚାଷୀ ମାନେ ଉପସ୍ଥିତ ଥିଲେ।