Home ଆଞ୍ଚଳିକ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

33

ବୁଗୁଡ଼ା,୨୭/୧୨(ଜିଲ୍ଲା ଖବର) : ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ତିରୋଧାନ ଉପଲକ୍ଷେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉଭୟ ଉଚ୍ଚମାଧ୍ୟମିକ ଓ ସ୍ନାତକ ସ୍ରୋତରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ ସଭାପତିତ୍ବ କରିଥିଲାବେଳେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ କାର୍ଯ୍ୟକାଳ ଓ ଭାରତୀୟ ଅର୍ଥନୀତି ର ରୂପାନ୍ତରଣ ସମ୍ପର୍କରେ ଅଧ୍ୟାପକ ଅଧ୍ୟାପିକା ମାନେ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ଆତ୍ମାର ସଦଗତି ସକାଶେ ନୀରବ ପ୍ରାର୍ଥନା କରାଯାଇଥିଲା।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଦ୍ଧ ବାର୍ଷିକ ଓ ଇଣ୍ଟରନାଲ ପରୀକ୍ଷା ଚାଲିଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ସଭାରେ ଯୋଗଦେଇଥିବା ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଭୂତି ଭୂଷଣ ବେବର୍ତ୍ତା, ଜୟନ୍ତ କୁମାର ହୋତା, ସ୍ମିତା ରାଣୀ ସାହୁ, ଡଃ ଶିଶିର କୁମାର ନାୟକ, ସୁଜାତା କୁମାରୀ ପଟ୍ଟନାୟକ, ଡଃ ଦିଲ୍ଲୀପ କୁମାର ପ୍ରଧାନ, ଭକ୍ତଲତା ମହାପାତ୍ର, ସଲିଳା ନାୟକ, ମିନତୀ ଆଚାରୀ, ଜ୍ଞାନ ଚାନ୍ଦ ଗୈ।ଡ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଭାବଗ୍ରାହୀ ମହାପାତ୍ର, କାହ୍ନୁଚରଣ ଦାସ, ସଞ୍ଜୟ କୁମାର ବିଷୋୟୀ, ଲକ୍ଷ୍ମୀପ୍ରିୟା ମହାରଣା, କାବେରୀ ବିଷୋୟୀ, ଯଶଶ୍ବିନୀ ଗୈ।ଡ,ପ୍ରଭୃତି ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।