Wednesday, July 22, 2026
Home Uncategorized ଭାଙ୍ଗିଲା ଅନୁଦାନପ୍ରାପ୍ତ ଡଗ୍ର କଲେଜର ପରିଚାଳନା କମିଟି

ଭାଙ୍ଗିଲା ଅନୁଦାନପ୍ରାପ୍ତ ଡଗ୍ର କଲେଜର ପରିଚାଳନା କମିଟି

9

ଭୁବନେଶ୍ୱର, : ଓଡିଶାଶିକ୍ଷା ଅଧିନିୟମ 1969 ର ଉପଧାରା (6) ର ଧରା( 7)ବିଭାଗ ଅଧୀନ ରେ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟର ପରିଚାଳନା ପରିଷଦ ତଥା କମିଟିକୁ ଭାଙ୍ଗି ଦିଆଯାଇଛି | ସ୍ବୟଂଶାସିତ ମହାବିଦ୍ୟାଳୟ, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ପରିଚାଳନା ପରିଷଦକୁ ନେଇ ମାମଲା ଥିବା କଲେଜଗୁଡ଼ିକ ଏଥିରୁ ବାଦ୍ ପଡ଼ିବେ । ଜିଲ୍ଲା ମୁଖ୍ୟାଳୟ ରେ ଥିବା କଲେଜ ର ପରି ଚାଳନା ପରିଷଦ ତଥା କମିଟିର ଅସ୍ଥାୟୀ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ରହିବେ | ଯଦି କୌଣସି ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି କ୍ଷେତ୍ରରେ ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଭାପତି ଭାବେ ଚୟନ କରି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କଙ୍କୁ ଅବଗତ କରାଇବେ । ଯେଉଁ କଲେଜଗୁଡ଼ିକ ଜିଲ୍ଲା ମୁଖ୍ୟାଳୟ ବାହାରେ ରହିଥିବ ସେଠାରେ ଉପଜିଲ୍ଲାପାଳ ସଭାପତି ଭାବେ ରହିବେ। ତିନି ମାସ ମଧ୍ୟରେ କଲେଜ ଗୁଡ଼ିକରେ ନୂଆ କମିଟି ଗଠନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏହି ନିୟମ ଅନୁସାରେ ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ର ପରିଚାଳନା ପରିଷଦ କମିଟି ଭାଙ୍ଗି ଯାଇଛି | ଯାହା ଫଳରେ ଏହି କଲେଜ ର ପରିଚାଳନା ସଭାପତି ଓ କମିଟି ନିଷ୍କ୍ରିୟ ହୋଇଯାଇଛି ଓ ଛତ୍ରପୁର ଉପଜିଲ୍ଲାପାଳ ଏହାର ସଭାପତି ଦାୟିତ୍ୱରେ ରହିବେ, ନୂତନ କମିଟି ଗଠନ ହେବା ଯାଏଁ |