Home ଆଞ୍ଚଳିକ ଚୈତନ୍ୟ ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ବଦାନ୍ୟତା

ଚୈତନ୍ୟ ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ବଦାନ୍ୟତା

413

ଚିକିଟୀ,୨୪/୧୨(ଜିଲ୍ଲା ଖବର) : ଚିକିଟୀ ବ୍ଲକ ସୁନାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତିସୁନାପୁର ଚୈତନ୍ୟ ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଛି ଅତି ଗରିବ, ଅସହାୟ, ପିତାମାତା ଛେଉଣ୍ଡ ଶିଶୁ ମାନଙ୍କୁ ନିଜେ ସେମାନେଙ୍କ ଭିତରେ ଅର୍ଥ ସଂଗୃହିତ କରି ଅବହେଳିତ ଶିଶୁ ମାନଙ୍କୁ ବହି, ଖାତା, କଲମ ଯୋତା ଇତ୍ୟାଦି ପ୍ରଦାନ କରିଛନ୍ତି।ଆଜିର ଯୁବ ପିଡି ଅସହାୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବହୁତ ଆଗଉଛନ୍ତି। ଯେପରି ସୋସିଆଲ ମିଡିଆରେ ଦେଖୁଥିବ କିଏ କାହାକୁ ବସ୍ତ୍ର ଦାନ କରୁଛନ୍ତି ତୋ ଆଉ କିଏ କାହାକୁ ଖାଦ୍ୟ ଦାନ କରୁଛନ୍ତି। ଚୈତନ୍ୟ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୁବ ବର୍ଗର ଅଟନ୍ତି।ହେଡ଼ମାଷ୍ଟର ପି କୁମାର ସ୍ଵାମୀ, ଇନଚାର୍ଜ ବି ତେଜେଶ୍ୱର, ଭୁବନି ସାହୁ, ସଞ୍ଜୀବ କୁମାର ସାହୁ, ପ୍ରସନ୍ନ କୁମାର ଓଡ଼ିଆ, ମୁନା ଜାନି, ରାଜେଶ କୁମାର ସେଠୀ, ଅନନ୍ତ ବେହେରା, ୱାଇ କ୍ରିଷ୍ଣାବେଣୀ, ଟି ଶେଷାମା,ବି ଇନ୍ଦୁ,ପି କବିତା, ତୋପଇ ଜାନି ଓ ତୁଳସୀ ଜାନି ମିଳିତ ହୋଇ ପାଟି ସୁନାପୁର ଗ୍ରାମର ଅତି ଅସହାୟ କିଛି ପିଲାଙ୍କୁ ଯେଉଁ ପିଲାମାନଙ୍କର କାହାର ମା ନାହିଁ ତୋ ଆଉ କାହାର ବାପା ଓ ମା ନାହିଁ। ସେହିପରି ପିଲାମାନଙ୍କୁ ବହି ଖାତା ଓ ବୋଟ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ ପାଇଁ ସେମାନେ ଗ୍ରାମ ରେ ବହୁ ପ୍ରଶଂସା ଭାଜନ ହୋଇପାରିଛନ୍ତି। ଆଗକୁ ମଧ୍ୟ ଏହି ଭଳି କାମ ଜାରି ରହିବ ବୋଲି ଶିକ୍ଷକ ପ୍ରସନ୍ନ କୁମାର ଓଡିଆ ପ୍ରକାଶ କରିଛନ୍ତି।