ଚିକିଟୀ ସେବା ସଂସ୍ଥାନ ପ୍ରଶଂସନୀୟ କାର୍ଯ୍ୟ

223

ଚିକିଟି,୨୩/୨୪(ଜିଲ୍ଲା ଖବର) : ପିତାତଳି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ବିଦ୍ୟାଳୟରେ ପାଚିକା ରୂପେ କାର୍ଯ୍ୟ କରୁଥିବା ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼ କିଛି ଦିନ ତଳେ ଭୁବନେଶ୍ୱର ରାଲିକୁ ଯିବା ସମୟରେ ସୁରଳ ଷ୍ଟେସନରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ଉଭୟ ପରିବାର ଚଳିବା ବଡ କଷ୍ଟ କାରଣ ଏକ ମାତ୍ର ପୁତ୍ର ସୁଧାକର କମ୍ପାନୀରେ କାମ କରୁଥିବା ସମୟରେ ଅଣ୍ଟା ଭାଙ୍ଗି ସେ ମଧ୍ୟ ଶଯ୍ୟାସାଇ ହୋଇ ପଡ଼ି ରହିଅଛି, ପୁଣି ଚାରିମାସର ଶିଶୁ, ମାଆର ଦଶାହ କାର୍ଯ ପାଇଁ ମଧ୍ୟ ସମ୍ବଳ ନାହିଁ।ଏହି ଭଳି ପରିବାରର କଷ୍ଟ ସମସ୍ୟାରେ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଏହି ଖବର ଚିକିଟୀ ସେବା ସଂସ୍ଥାନ ପାଖରେ ପହଞ୍ଚିବା କ୍ଷଣି ସେବା ସଂସ୍ଥାନର ସଭ୍ୟମାନେ ତୁରନ୍ତ ଜଗନ୍ନାଥପୁର ଗ୍ରାମକୁ ଯାଇ ଉଭୟ ପରିବାରକୁ ଆର୍ଥିକ ସହଯୋଗ କରିବା ସହିତ, ଅସୁବିଧା ସମୟରେ ନିଜ ଲୋକ ଭଳି ଠିଆ ହୋଇ ପରିବାରର ମନୋବଳ ବଢାଇଛନ୍ତି। ଚିକିଟୀ ସେବା ସଂସ୍ଥାନର ଏହିଭଳି କାର୍ଯ୍ୟକୁ ଗ୍ରାମବାସୀ ବହୁତ ପ୍ରଶଂସା କରିଛନ୍ତି।