Wednesday, July 22, 2026
Home Uncategorized ଲଗାଣ ବର୍ଷା ସାଜିଲା ଚାଷୀଙ୍କୁ କାଳ

ଲଗାଣ ବର୍ଷା ସାଜିଲା ଚାଷୀଙ୍କୁ କାଳ

9

ପୁରୁଷୋତ୍ତମପୁର,22/12: ଗତ ଶୁକ୍ରବାର ଦିନ ଠାରୁ ତୁହାକୁ ତୁହା ଅଦିନିଆ ବର୍ଷା ଯୋଗୁଁ ଚାଷୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି ଏହି ଅଦିନିଆ ବର୍ଷାକୁ ଦେଖି | ସେକଣ ଜାଣିଥିଲା କି ଅଦିନିଆ ଲଗାଣ ବର୍ଷା ତାର ବର୍ଷକର ଆଦାୟ କୁ ନଷ୍ଟ କରିଦେବ ବୋଲି | ଦୁଈ ଦିନିଆ ବର୍ଷା ଯୋଗୁଁ ଧାନ ଓପରିବା ଫସଲ ରେ ପାଣି ଜମି ରହିଛି ଯାହାଦ୍ୱାରା ଧାନ ପାଚିଜାଇ କଳେଇ କିମ୍ବା ଧାନ କେଟା ଟେକିଲା ବେଳକୁ ଧାନ ବିଲରେ ଝଡି ପଡି ଯାଉଛି | ଯାହାଦ୍ୱାରା ମୁଣ୍ଡରେ ହାତ ଦେଉ ବସିଛି ଚାଷୀ
ପୁରୁଷୋତ୍ତମପୁର ବ୍ଲକର 26 ଗୋଟି ପଞ୍ଚାୟତ ର ଏହି ହେଉଛି ଦୃଶ୍ୟ | ଧାର, କରଜ କରି ଚାଷ କରି, ଅମଳ କୁ ଅପେକ୍ଷା କରିଥିଲା ବେଳେ ଅଦିନିଆ ବର୍ଷା ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନକୁ ଚାଷୀ ସୁରକ୍ଷିତ ଭାବେ ରଖିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଜମିରେ ଥିବା ପାଣି ପାଚିଲା ଧାନ କୁ ନଷ୍ଟ କରିଦେଇଛି | ବର୍ଷା ଯୋଗୁଁ କିଛି ବିଲରେ ପାଣି ଜମି ଧାନ ସବୁ ଭିଜି ଯାଇଛି। ଶୁକ୍ରବାର ଓ ଶନି ବାର ଦିନତମାମ ଲଗାଣ ବର୍ଷା ଫଳରେ ପୁରୁଷୋତ୍ତମପୁର ବ୍ଲକ ର ସବୁ ପଞ୍ଚାୟତର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇ ଛନ୍ତି |ଏହି କ୍ଷତିକୁ ଦେଖିବା ପାଈଁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପ୍ରତାପଚନ୍ଦ୍ର ନାୟକ ଙ୍କ ଅନୁରୋଧ ପରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା କ୍ଷତିଗ୍ରସ୍ତ ଚାଷ ଜମିକୁ ବୁଲି ଦେଖିବା ନିମନ୍ତେ ଉପଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି | ଏବଂ ଆଜି ପୁରୁଷୋତ୍ତମପୁର ପୁର ବ୍ଲକକୁ ଛତ୍ରପୁର ଉପଜିଲ୍ଲାପାଳ ଦେବୀଦତ୍ତମହନ୍ତ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ରେଭେନ୍ୟୁ ଷ୍ଟାଫ ମିଳିତ ଭାବେ ବଡ଼ ବରଙ୍ଗା, ଆଚୁଲି ପ୍ରତାପୁର, କେ ଏନ ପୁର, ଷୋଳଘର ବାଘଳା, ରାଇ ପୁର,ଗାଙ୍ଗ ଦହଣି, ଜାମୁନି, ଆଦି ପଞ୍ଚାୟତ କୁ ଗ୍ରସ୍ତ କରି କ୍ଷତି ଗ୍ରସ୍ତ ଚାଷୀଙ୍କ ଧାନ ଜମି ଓ ଫସଲ କୁବୁଲି ଦେଖିଛନ୍ତି |


ତେବେ ଏହାଉପରେ ବିଧାୟକ ଓ ଅଫିସର ଙ୍କ ମତ ବର୍ତମାନ କିଛି ପଂଚାୟତ ବୁଲି ଚାଷୀ ଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରା ଯାଇଛି ଏବଂ ସରକାର ଙ୍କ ପଦକ୍ଷେପ ଅନୁଯାୟୀ କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ବିଧାୟକ ଓ ଉପଜିଲ୍ଲାପାଳ ଏବଂ ତହସିଲଦାର ||