ସରସ୍ଵତୀ ଶିଶୁ ମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

130

ଚିକିଟୀ,୨୧/୧୨(ଜିଲ୍ଲା ଖବର) : ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର “୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା” ଉଦଯାପିତ ହୋଇଯାଇଛି। ତା-୧୯,୨୦,୨୧ରିଖ ତିନିଦିନ ଧରି ଖେଳ ପ୍ରତିଯୋଗୀତା ଚାଲୁ ରହିଥିଲା । ଏହି କାର୍ଯ୍ୟକ୍ରମରେ ସୁନାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ବେହେରା ଦୀପ ପ୍ରଜ୍ବଳନ କରି କ୍ରୀଡ଼ା ଆରମ୍ଭ କରିଥିଲେ । ବିଦ୍ୟାଳୟର ସଭାପତି ଧନଞ୍ଜୟ ବେହେରା, ସମାଜସେବୀ ଜୟ ଚନ୍ଦ୍ର ସାହୁ,ଭୁବୁନି ବେହେରା,ଦଣ୍ଡାସୀ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କରୁଣାକର ବେହେରା ଯୋଗ ଦେଇ ପାଠ ସହିତ କ୍ରୀଡା ଆମମାନଙ୍କ ପାଇଁ କେତେ ଜରୁରୀ ସେ ସମ୍ପର୍କରେ ଅବଗତ କରାଇଥିଲେ।ଏହା ଦ୍ଵାରା ଉତ୍ତମ ଶରୀର ଗଠନ, ମାନସିକ ଚାପ ମୁକ୍ତ ହୋଇଥାଏ । ଏଣୁ ପ୍ରତିଦିନ ଆମେ ଖେଳ, ବ୍ୟାୟାମ, ଯୋଗ, ପ୍ରାଣାୟାମ ଅଭ୍ୟାସ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିରେ ପ୍ରାୟ ୧୦୦ ଜଣ ଶିଶୁ ଭାଗ ନେଇଥିଲେ।ବାଲବାଟିକା ରେ ଅକ୍ଷର ଚିହ୍ନିବା, ରଙ୍ଗ ଚିହ୍ନିବା,ଶୁଢଙ୍ଗ ଚୌକି, ଗ୍ଲାସ୍ ଖେଳ, ଛୁଟି ପାରା, ଓଲଟା ଚାଲି – ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ୫୦ମିଟର ଦୌଡ଼, ବେଙ୍ଗ ଡିଆଁ, ଗ୍ଲାସ୍ ବାଲାନ୍ସ, ବାଟି ଚାମଚ, ଛୁଟି ପାରା, ଓଲଟା ଚାଲି ତୃତୀୟ ଠାରୁ ଷଷ୍ଠ ଶ୍ରେଣୀ ନିମନ୍ତେ ୫୦ ମିଟର ଦୌଡ, ବେଙ୍ଗ ଡିଆଁ, ଇଟା ଚାଲି,ଶୁଢଙ୍ଗ ପାରି, ଛୁଟି ପାରା ବୁଟ୍ ପିନ୍ଧିବା, ଓଲଟା ଦୌଡ଼, ଏବଂ ଗ୍ଲାସ୍ ବାଲାନ୍ସ ପ୍ରତିଯୋଗିତା ହୋଇଥିଲା । ଖେଳର ମୁଖ୍ୟ ନିର୍ଦେଶୀକା ଥିଲେ ଶ୍ରୀମତୀ ଗିତାଞ୍ଜଳି ସାହୁ ଏବଂ ସହଯୋଗୀ ସ୍ବର୍ଣ୍ଣରାଣୀ ଗୁରୁମା, ଗୌରୀ ଗୁରୁମା, ସବିତା ଗୁରୁମା ଓ ଲିଜା ଗୁରୁମା ମିଳିତଭାବେ
କ୍ରୀଡା ପ୍ରତିଯୋଗିତା ରେ ଶିଶୁମାନଙ୍କୁ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରୀବତ୍ସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣେଇ କ୍ରୀଡା ଉଦଯାପିତ କରେଇଥିଲେ।