ଉତ୍ତମ ଏବଂ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ

23

ବ୍ରହ୍ମପୁର,୨୧/୧୨(ଜିଲ୍ଲା ଖବର) : ପୋଲିସ ଜିଲ୍ଲା ଅନ୍ତର୍ଗତ ଜରଡା ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରି ମାନଙ୍କ ଉତ୍ତମ କାର୍ଯ୍ୟ ଏବଂ ଉତ୍ସର୍ଗୀକୃତ ସେବା ସର୍ବୋପରି ସିରିଜ ଚୋରିର ଫର୍ଦାଫାଶରେ ଗୁରୁତ୍ୱପୂର୍ଣ ଭୂମିକା ପାଇଁ ଜରଡ଼ା ଥାନାର ପାଞ୍ଚ ଜଣ ଗୃହରକ୍ଷୀ, ଜଣେ ଏସ ଆଇ ଏବଂ ଦୁଇଜଣ ଏ ଏସ ଆଇ ବ୍ରହ୍ମପୁର ଏସ ପି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକଙ୍କ ସମତେ ଚିକିଟି SDPO, ଜରଡା ଥାନା ଅଧିକାରୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଦ୍ବାରା ପୋଲିସ କର୍ମଚାରିମାନଙ୍କ ମନୋବଳ ବୃଦ୍ଧି କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି।