ହାଟମୁନିଗୁଡା ଠାରେ ଧାନ ମଣ୍ଡି ଉଦ୍ ଘାଟନ କଲେ ବିଷମକଟକ ତହସିଲଦାର

0

ବିଷମକଟକ ୨୧-୧୨(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ନିୟନ୍ତ୍ରଣ ବଜାର କମିଟି (ଆର ଏମ୍ ସି ) ଠାରେ ଧାନ ମଣ୍ଡି ଉଦ୍ ଘାଟନ କରାଯାଇଛି। ଏହି ଧାନ ମଣ୍ଡି କୁ ବିଷମକଟକ ତହସିଲଦାର କେ ଭେଙ୍କଟଶ୍ୱର ରେଡି ଉଦ୍ ଘାଟନ କରିଛନ୍ତି। ଏହି ଉଦ୍ ଘାଟନ ସମୟରେ ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ,ଆର ଆଇ ବାପୁନ୍ କୁମାର ବେହେରା, ବରିଷ୍ଠ ବିଜେଡ଼ି ନେତା ଜ୍ୟୋତି ପ୍ରସାଦ ସାହୁ, ସରପଞ୍ଚ ନାରାୟଣ ତୁହିକା,ସମବାୟ ସମିତିର କର୍ମଚାରୀ , ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ,ତତ୍ ସହିତ ସମସ୍ତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ପରିଚାଳନା କରିଥିଲେ।