Monday, October 12, 2026
Home ଆଞ୍ଚଳିକ ଶିଶୁ ବିକାଶ ବିଦ୍ୟା ମନ୍ଦିର , ଆଇତିପୁର ଠାରେ ୭୧ ତମ ସାଧାରଣ ତନ୍ତ୍ର ଦିବସ...

ଶିଶୁ ବିକାଶ ବିଦ୍ୟା ମନ୍ଦିର , ଆଇତିପୁର ଠାରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ।

175

ଖଲିକୋଟ (ଜିଲ୍ଲା ଖବର) : ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉସ଼ବ ମୂଖର । ଛୋଟ ବଡ଼ ସବୁ ଅନୁଷ୍ଠାନ ପାଳନ କରିଥାନ୍ତି ଏହି ପବିତ୍ର ଦିବସକୁ ଖଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରର କୁନି କୁନି ଶିଶୁ କଳିକା ମାନେ ସର୍ବ ପ୍ରଥମେ ଆଇତିପୁର ଓ ଉସା଼ପଡା ଗ୍ରାମରେ ପ୍ରଭାତ ଫେରି କରିଥିଲେ । ଏହି ଅବସରରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଶିଶୁ କଳିକା ମାନଙ୍କୁ ସମାଜରେ ଜଣେ ଭଲ ନାଗରିକ ହୋଇ ରାଷ୍ଟ୍ର ଗଠନ କାର୍ଯ୍ୟରେ ସହାୟକ ହେବା ପାଇଁ ଉପଦେଶ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ରୋହିତ ସ୍ବାଇଁ ଆଜିର ଦିବସକୁ ସ୍ମରଣ ରଖିବା ପାଇଁ ପ୍ରତ୍ୟେକ ଶିଶୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ କାହ୍ନା ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।