ନୂତନ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ

497

ଧରାକୋଟ,୨୦/୧୨(ଜିଲ୍ଲା ଖବର) : ଧରାକୋଟ ବ୍ଲକର ନୂତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଶୌରି ଶଙ୍କର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର ଙ୍କ ସମେତ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହିଥିଲେ। ସି ଆର ସି ସି ମାନଙ୍କ ତରଫରୁ କାଳୁ ଚରଣ ଗୌଡ଼,ଜଗନ୍ନାଥ ପଢ଼ିହାରି ଶିବାନନ୍ଦ ବେହେରା,ଶ୍ରୀକାନ୍ତ ନାୟକ ଓ ଶର୍ମିଷ୍ଠା ପାତ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ । ପ୍ରକାଶ ଯୋଗ୍ୟ ପୂର୍ବରୁ ସୌରୀ ଶଙ୍କର ବେହେରା ଏଠାରେ କାର୍ଯ୍ୟରତ ଥିବା ସମୟରେ ବ୍ଲକ ସ୍ତରର ଶିକ୍ଷା ବିଭାଗରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି ରଖିଥିଲେ । ସମ୍ପ୍ରତି ସେ କୁକୁଡ଼ାଖଣ୍ଡି ବ୍ଲକ ବଦଳି ହୋଇ ପୁଣିଥରେ ଧରାକୋଟ ବ୍ଲକରେ ଯୋଗଦେଇଥିବା ରୁ ଶିକ୍ଷକ ମହଲରେ ସନ୍ତୋଷ ପ୍ରକାଶ ପାଇଛି।