କଟା ଧାନ ଉପରେ ବର୍ଷା ମାଡ ଯୋଗୁଁ ଚାଷୀ ଆଖିରୁ ଲୁହ ଝରୁଛି

36

ଧରାକୋଟ,୨୦/୧୨(ଜିଲ୍ଲା ଖବର) : ଲଘୁଚାପ ଜନିତ ଲଗାଣ ବର୍ଷା ସାଂଗକୁ କୋହଲା ପବନ କୁ ନେଇ ଧରାକୋଟ ଅଞ୍ଚଳର ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଖରିଫ ଋତୁର ଧାନ ଫସଲ ବିଳମ୍ବ ରେ ଆରମ୍ଭ ହୋଇଥିଲା। ଯାହାର ପ୍ରଭାବ ଧାନ ଫସଲ ଉପରେ ପଡ଼ିଥିଲା । ଯେଉଁ ଅଞ୍ଚଳରେ ଜଳ ସେଚନର ସୁବିଧା ରହିଛି ସେଠାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ଧାନ ଫସଲ ଚା ଳସୀ ପ୍ରତିଶତ ନଷ୍ଟ ହୋଇଯାଇଥିଲା । ଏହା ମଧ୍ୟରେ ଚାଷୀ ମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଯତ୍ପୋରୋ ନସ୍ତି ଚେଷ୍ଟା କରି ଫସଲ ଅମଳ ପାଇଁ ଲାଗି ପଡ଼ିଥିଲେ । ସେଥିରେ ଦାଉ ସାଧିଛି ଲଗାଣ ବର୍ଷା। କମ ସଂଖ୍ୟକ ଚାଷୀ ପାଚିଲାଧାନ ଅମଳ କରିସାରିଥିବା ବେଳେ କେତେକ ଜମିରେ ପାଚିଲା ଧାନ ଲହଡ଼ି ମାରୁଛି । ଅଧିକାଂଶ ଜମିରେ ବର୍ଷ ସାରା ପରିଶ୍ରମ କରି ଆଦାୟ କରିଥିବା କଟାଧାନ କଳେଇ ପଡ଼ି ବର୍ଷା ରେ ଭିଯୁଛି। ଅନ୍ୟ କିଛି ଚାଷୀ ଧାନ ଖଳା ଓ ରାସ୍ତା ପାର୍ଶ୍ବରେ କଟା ଧାନ ଗଦେଇ ରଖିଛନ୍ତି । ତାହା ମଧ୍ୟ ବର୍ଷରେ ଭିଜୁଛି । ଏହା ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ ଆସନ୍ତା 23 ତାରିଖ ଠାରୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ କିଛି ଚାଷୀଙ୍କ ମୋବାଇଲ କୁ ମେସେଜ ଆସିଛି। ଧରାକୋଟ ବ୍ଲକର ପ୍ରଥମ ପର୍ଯ୍ୟାୟରେ 20 ଗୋଟି ମଣ୍ଡି ରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସ୍ଥିର କରାଯାଇଛି। ଏହାର ଶୁଭାରମ୍ଭ ଯାନବିଲି ଠାରେ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ଆସନ୍ତା 23 ତାରିଖରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ଡେନିସ ବେହେରା, ଏ ଆର ସି ଏସ ବିଜୟ କୁମାର ସାହୁ ଙ୍କ ଉପସ୍ଥିତିରେ ଚାଷୀଙ୍କ ଠାରୁ ଚଳିତ ବର୍ଷର ପ୍ରଥମ ଧାନ କିଣାଜିବ। ଟୋକେନ ପାଇଥିବା ଚାଷୀ ଏସ ଏମ ଏସ ସୂଚନା ମୁତାବକ ନିଜ ନିଜ ମଣ୍ଡି ରେ ଧାନ ବିକ୍ରୟ ପାଇଁ ଯୋଗାଯୋଗ କରିପାରିବେ ବୋଲି ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବ୍ଲକ ସ୍ତରରେ 6690 ଜଣ ଚାଷୀ ବ୍ଲକର 20 ଗୋଟି ମଣ୍ଡି ରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା ହୋଇଛି । ସେଥି ମଧ୍ୟରୁ 15 ଗୋଟି ସେବା ସମବାୟ ସମିତି ରହିଥିବା ବେଳେ 5 ସ୍ଵୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଏଫ୍ ଏ କିଉ ମାନର ଧାନ ଯାହାକି ଅକ୍ଷତ, ଅଭଙ୍ଗା,ସଫା, କାଠି କୁଟା, ଅଗାଡି ବିହୀନ ଓ ବାହ୍ୟ ପଦାର୍ଥ ମୁକ୍ତ ହୋଇଥିବ ଏପରିକି ଏହାର ଆଦ୍ରତା 17 ପ୍ରତିଶତ ମଧ୍ୟରେ ସୀମିତ ରହିଥିବ ତାହା ଚାଷୀଙ୍କ ଠାରୁ କିଣିବା ପାଇଁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଥମେ କ୍ଵିଣ୍ଟାଲ ପିଛା 2300 ଓ ଇନପୁଟ ସହାୟତା ରାଶି 800 ମିଶି ମୋଟ 3100 ଟଙ୍କା ସରକାର ପ୍ରଦାନ କରିବେ । 48 ଘଣ୍ଟା ମଧ୍ୟରେ ଏହା ଚାଷୀଙ୍କ ଖାତାରେ ଜମା ହେବ । ଚଳିତ ବର୍ଷ କଟନି ଛଟନି ବନ୍ଦ ହେବ । ଚାଷୀ ମାନେ ଧାନ ବିକ୍ରି ରେ ଅନିୟମିତତା ହେଲେ ଯୋଗାଣ ବିଭାଗର ହେଲପ ଲାଇନ 1967 ରେ ଅଭିଯୋଗ କରିପାରିବେ । ଚାଷୀଙ୍କ ପାଇଁ ସରକାର ସମସ୍ତ ନୀତି ନିୟମ ଧାର୍ଯ୍ୟ କରିଥିଲେ ମଧ୍ୟ ଲଘୁଚାପ ଜନିତ ବର୍ଷା ମନୋବଳକୁ ଦୋହଲାଇ ଦେଇଛି। ବର୍ଷକର ଝାଳ ବୁହା ପରିଶ୍ରମର ଫଳ ଆଖି ଆଗରେ ବିଲରେ ଭୀଜୁଛି । ପୂର୍ବଜଙ୍କ ଉକ୍ତି ପାଚିଲା ଧାନ ରେ ମୋହି ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଆଶା ଓ ଆଶଙ୍କାରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି।