Home ଆଞ୍ଚଳିକ ଲଘୁଚାପ ଜନିତ ବର୍ଷା, ମିଲରଙ୍କ ସହ ହୋଇନି ଚୁକ୍ତି, ଚିନ୍ତାରେ ଚାଷୀ

ଲଘୁଚାପ ଜନିତ ବର୍ଷା, ମିଲରଙ୍କ ସହ ହୋଇନି ଚୁକ୍ତି, ଚିନ୍ତାରେ ଚାଷୀ

150

ବିଷମକଟକ ୨୦-୧୨(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ବର୍ତମାନ ଏବେ ଚିନ୍ତାରେ ଚାଷୀ ମାନେ। କାରଣ ଅଦିନିଆ ବର୍ଷା ଯୋଗୁଁ ଧାନ ଖଳାରେ ପଡ଼ି ରହିଛି ଲକ୍ଷାଧିକ ଟଙ୍କାର ଧାନ। କିଛି ଦିନ ତଳେ ଆଉ ଏକ ଲଘୁଚାପ ଜନିତ ବର୍ଷାରେ କିଛି ଧାନ ନଷ୍ଟ ହୋଇଥିବା ଯୋଗୁଁ ମୁଣ୍ଡରେ ହାତ ଦେଇ ଚାଷୀ ବସିଥିବା ବେଳେ ପୁଣି ଆଜିର ଲଘୁଚାପ ଜନିତ ବର୍ଷା ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି। ପରିବାର କିପରି ପୋଷଣ କରି ମହାଜନ ମାନଙ୍କୁ କିପରି ରୁଣ ସୁଝି ବେ ଏନେଇ ଚିନ୍ତାରେ ଚାଷୀ ମାନେ। ବର୍ତମାନ ଲଘୁଚାପ ଜନିତ ବର୍ଷାରେ ଚାଷୀ ଚିନ୍ତାରେ ରହିଥିବା ବେଳେ ଧାନ ମଣ୍ଡି କୁ ନେଇ ଏବେ ଭାଙ୍ଗି ପଡ଼ିଛନ୍ତି ଚାଷୀମାନେ। କାରଣ ଏପର୍ଯ୍ୟନ୍ତ କୈାଣସି ମିଲରସ୍ ସରକାର ସହ ମିଲ୍ କଷ୍ଟମ ମିଲିଙ୍ଗ୍ ପାଇଁ ସରକାରଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର କରିନଥିବାରୁ ଚିନ୍ତାରେ ଚାଷୀ। ଅମଳ ଧାନ କୁ କିପରି ଗଛିତ କରି ରଖିବେ ତାହାକୁ ନେଇ ଏବେ ବଡ଼ ଚିନ୍ତାରେ ଚାଷୀ ମାନେ। କାରଣ ପୂର୍ବ ବର୍ଷ ଯେଉଁ ଚାଷୀ ମାନଙ୍କର ମଣ୍ଡି ହୋଇଥିଲା ସେହି ଚାଷୀ ମାନେ ମିଲରଙ୍କ ସହଯୋଗରେ ତାଙ୍କ ଗୋଦାମ ଘରେ ରଖୁଥିଲେ ହେଲେ ଏହି ବର୍ଷ ସରକାରଙ୍କ ନିୟମ ଯୋଗୁଁ କେଉଁ ମିଲରସ୍ ମଣ୍ଡି ପୂର୍ବରୁ ଚାଷୀ ମାନଙ୍କ ଧାନରେ ହାତ ମାରିବା ପାଇଁ ଭୟ କରୁଛନ୍ତି। ଅମଳ ଧାନ ଗଛିତ ରଖିବା ପାଇଁଁ କୈାଣସି ସୁବିଧା ନଥିବାରୁ ଚାଷୀ ଧାନ ମଣ୍ଡିକୁ ଅପେକ୍ଷା କରି ଖଳାରେ ଗଦା କରି ଧାନ ରଖିଛନ୍ତି। ସେହି ଧାନ ପାଲଟି ଘୋଡେ଼ଇ ରଖିଥିବା ସତ୍ବେ ଧାନ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ରମେଶ ପାକି,ବାଦଲ ରଣା,ଭାଲୁ ବୈଦ୍ୟଭୂଷଣ,ଅଭି ବାବୁ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି।ଜିଲ୍ଲା ପାଳ ଏଥି ପ୍ରତି ଟିକିଏ ଗୁରୁତ୍ୱ ନେବାକୁ ଚାଷୀକୂଳ ଦାବି କରିଛନ୍ତିି।