ଓଷ୍ଟା ପକ୍ଷରୁ ୪୧ତମ ବ୍ଳକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

78

ଖଲ୍ଲିକୋଟ,୧୯/୧୨(ଜିଲ୍ଲା ଖବର) : ବ୍ଲକ ଅନ୍ତର୍ଗତ ବଧିନୂଆପଲ୍ଲୀ ରତ୍ନେଶ୍ବର ବିଦ୍ୟାପୀଠ ଠାରେ ଓଷ୍ଟା ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ଚହଟରାୟ, ସମିତି ସଭ୍ୟା ପ୍ରମିଳା ଭୂୟାଁ ,ଓଷ୍ଟା ଗଞ୍ଜାମ ଜିଲ୍ଲା ଉପଦେଷ୍ଟା ବିଜୟ କୁମାର ବିଶ୍ୱାଳ, ରାଜ୍ୟ କାର୍ଯକାରିଣୀ ସଭ୍ୟ ରାମ ଚନ୍ଦ୍ର ପଲେଇ ,ଜିଲ୍ଲା ସହ ସମ୍ପାଦିକା ବାସନ୍ତୀ ଷଢଙ୍ଗୀ, ବ୍ଲକ ସଭାପତି ବାଉରୀ ବନ୍ଧୁ ମହାପାତ୍ର, ବ୍ଲକ ସମ୍ପାଦକ ମଧୁ ସୁଦନ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ଜିଲ୍ଲା ଉପ – ସଭାପତି ଦିଲୀପ କୁମାର ଜେନା ଓ ବିଦ୍ୟାଳୟ କମିଟି ସଭାପତି ଶ୍ରୀନିବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକର 12 ଗୋଟି ହାଇସ୍କୁଲର ପ୍ରାୟ 300 ରୁ ଊର୍ଧ୍ଵ ଛାତ୍ର ଛାତ୍ରୀ ଯୋଗ ଦେଇ ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ, ଆବୃତ୍ତି ,ଗଳ୍ପ ଲିଖନ, କବିତା ରଚନା ,ଏକକ ଅଭିନୟ, ଏକକ ନୃତ୍ୟ ଓ ସାଧାରଣ ଜ୍ଞାନ ପଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ |କୃତି ପ୍ରତିଯୋଗୀ ମାନଙ୍କୁ ମଂଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ |ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି ।