ଯୋଗାଣ ସହାୟକ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କୁ ପ୍ରାଥମିକତା ପ୍ରଦାନ ପାଇଁ ଆଦିବାସୀ କନ୍ଧ ସମାଜ ତରଫରୁ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

126

ବିଷମ କଟକ,୧୯-୧୨(ଜିଲ୍ଲା ଖବର)ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଦୁକୁମ୍ ପଞ୍ଚାୟତର ଯୋଗାଣ ସହାୟକ ନିଯୁକ୍ତି ନିମନ୍ତେ ଗତ ୩୦.୧୧.୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡୁକୁମ ପଞ୍ଚାୟତ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଫଳରେ ଆଜି ଡୁକୁମ୍ ପଞ୍ଚାୟତ ଆଦିବାସି କନ୍ଧ ସମାଜ ତରଫରୁ ବିଷମ କଟକ ଗୋଷ୍ଟୀ ଉର୍ଣୟନ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ରରେ ଆଦିବାସୀ କନ୍ଧ ସମାଜ ତରଫରୁ ଉଲ୍ଲେଖ ରହିଛି : ଆମ ଅଞ୍ଚଳ ଗୋଟିଏ ପଞ୍ଚମ ଅନୁସୂଚିତ ଅଞ୍ଚଳ ଅଟେ । ତେଣୁ ଏହି ନିଯୁକ୍ତି ଉପରେ ଆଦିବାସୀ ମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବିନମ୍ର ଅନୁରୋଧ କରୁଅଛୁ । ଆମ ସମାଜ ଶୁଣିବାକୁ ପାଇଲା ଯେ, କିଛି ପ୍ରଭାବ ଶାଳୀ ବ୍ୟକ୍ତି ପଇସା ପତ୍ର କାରବାର କରି ଏହି ପଦବୀ କୁ ହାଟେଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁଅଛୁ କି ଯେ, ନିରପେକ୍ଷ ଓ ଯୋଗ୍ୟତା ଭିତିରେ ଚୟନ କରାଯାଉ ଯଦି ଏହି ନିଯୁକ୍ତିରେ ଅନିୟମିତତା ସୃଷ୍ଟି ହୁଏ, ତେବେ ଆମେ ବାଧ୍ୟ ହୋଇ ଉପରିସ୍ଥ ପଦାଧୁକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିବୁ ଏବଂ ବଡ଼ ଧରଣର ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ,ଏହି ଦାବି ପତ୍ର ପ୍ରଦାନ ସମୟରେ ଆଦିବାସୀ କନ୍ଧ ସମାଜ ସଭାପତି ଶ୍ରୀ ଫୁଲ ସାମ୍ବୁକା ,ସମ୍ପାଦକ ରାଜେନ୍ଦ୍ର ମାଣ୍ଡିକା,ପୂର୍ଣଚନ୍ଦ୍ର କୁଲସିକା ,ଜାଗିଲି କୁମ୍ବୁରୁକା ,ଘାସିରାମ ମାଣ୍ଡିଆ କା ,ବିଶ୍ୱନାଥ ପୀଡ଼ିକାକା ,ସୁଶାନ୍ତ ତୁଇକା ,ସୁରେଶ ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ ।