
ବିଷମକଟକ ୧୭-୧୨(ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ନିୟନ୍ତ୍ରଣ ବଜାର କମିଟି (ଆର ଏମ୍ ସି ) ଠାରେ ଧାନ ମଣ୍ଡି ଉଦ୍ ଘାଟନ କରାଯାଇଛି। ଏହି ଧାନ ମଣ୍ଡି କୁ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନିଳମାଧବ ହିକକା ଉଦ୍ ଘାଟନ କରିଛନ୍ତି।

ଏହି ଉଦ୍ ଘାଟନ ସମୟରେ ତାଙ୍କ ସହ ବିଷମକଟକ ବିଡ଼ିଓ ସଦାଶିବ ନାୟକ, ଯୋଗାଣ ବିଭାଗର ଅଧିକାରୀ ଦେବଦେତ ଲେଙ୍କା, ଏହି ଧାନ ମଣ୍ଡିର ନୋଡାଲ ଅଫିସର ପି ଶ୍ରୀନୁ, ସମବାୟ ସମିତିର ସଭାପତି ଶିରି କୁମୁରୁକା, ଚାଟିକଣା ସରପଞ୍ଚ, ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ଦିଲିପ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ, ସମବାୟ ସମିତିର କର୍ମଚାରୀ , ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ,ତତ୍ ସହିତ ସମସ୍ତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଏହି ଧାନ ମଣ୍ଡିରେ ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁବିଧା ରହିଥିବା ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ଟିକୁ ସମବାୟ ସମିତିର ଏମ୍ ଡି ସାନ୍ତୁନୁ ସାହୁ ପରିଚାଳନା କରିଥିଲେ।







