
ଧରାକୋଟ,୧୭/୧୨(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ କଳିଙ୍ଗ ବୈଶ୍ଯ ସଂଘ, ଯୁବକ ସେବା ସଂଘ ଏବଂ ମହିଳା ସଂଘ ସଭ୍ୟ ମାନଙ୍କ ଉପସ୍ଥିତି ରେ,କଳିଙ୍ଗ ବୈଶ୍ଯ ସଂଘ ମହାସଭା ସଭାପତି ସ୍ବର୍ଗତ ଟି. କେଦାରନାଥ ସୁବୁଦ୍ଧି ଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଏକ ଶୋକ ସଭା ୧୬-୧୨-୨୪ ସଂଧ୍ୟା ୭ ଘଣ୍ଟ ସମୟରେ ସଂଘ ସଭାପତି ଅନୀଲ କୂମାର ପାତ୍ରଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ କଳିଙ୍ଗ ବୈଶ୍ୟ ଭବନ ଠାରେ ପାଳିତ ହୋଇଯାଇଛି । ଉକ୍ ସଭାରେ ସଂଘର ସଭ୍ୟ ଗୌରାଙ୍ଗ ସୁବୁଦ୍ଧି,ଯୁବକ ସେବା ସଂଘ ସଭାପତି ଚିଦାନନ୍ଦ ପାତ୍ର, ମହିଳା ସଂଘ ସଭାନେତ୍ରୀ ରୋଜା ସୁବୁଦ୍ଧି ଓ ସଂଘର ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ସଂଘ ଓ ସମାଜ ପ୍ରତି ରହିଥିବା ତାଙ୍କରି ଅବଦାନ ସମ୍ପର୍କରେ ସ୍ର୍ମୁତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଘ ସଂପାଦକ ଭେଙ୍କଟେଶ୍ବର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



