
ଚିକିଟୀ,ସୋରଳ,୧୭/୧୨(ଜିଲ୍ଲା ଖବର) : ପ୍ରତ୍ୟେକ ମାତା ପିତା ନିଜ ସନ୍ତାନର ଲାଳନ ପାଳନ କରିବା ସହିତ ସେମାନଙ୍କ ଆବଶ୍ୟକତା ପୂରଣ କରିବା କେତେ କଷ୍ଟକର ହୋଇଥାଏ, ସେହି ଦୁଃଖ କଷ୍ଟ କେବଳ ପ୍ରକୃତ ବାପାମାଆ ହିଁ ବୁଝିପାରିବେ। ଏମିତି ଜଣେ ମା ଯିଏ ତାର ଜୀବନର ସର୍ବାଧିକ ସମୟ ନିଜ ଝିଅମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ରାତିଦିନ ଏକ କରି ପୁରୀରେ ମୂଲକାମ କରି ଯାହା କିଛି ଟଙ୍କା ସଞ୍ଚୟ କରି ରଖିଥିଲା ସେହି ଟଙ୍କା ଆଜି ନିଜର ସ୍ୱାସ୍ଥ୍ୟ ଠିକ୍ କରିବା ଲାଗି ମେଡିକାଲ ରେ ରୋଗ ସହିତ ସଂଗ୍ରାମ କରି ସମସ୍ତ ଟଙ୍କା ଖର୍ଚ୍ଚ ହୋଇ ଗଲା। ଶେଷରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କଲା ।
ଏବେ ବଡ ଅସୁବିଧା ରେ ତାଙ୍କ ଦୁଇ ଝିଅମାନଙ୍କ ଜୀବନ , ସେମାନେ କିପରି ପାଠ ପଢିବେ ଓ ନିଜର ଭବିଷ୍ୟତ ଗଢ଼ିବେ ଏଇଟା ତାଙ୍କ ଜୀବନରେ ବିରାଟ ବଡ ପ୍ରଶ୍ନ ଉଙ୍କି ମାରୁଛି। ଏହି ଭଳି ସଙ୍କଟ ସମୟରେ ତାଙ୍କ ଝିଅମାନଙ୍କୁ ସାହାଯ୍ୟ କରିବାପାଇଁ ମହାଦେବ ସଂଘ, ସୋରଳ ର କଛି ଯୁବକ ଘରକୁ ଘର ବୁଲି ବୁଲି କିଛି ଟଙ୍କା ସଂଗ୍ରହ କରି ସେମାନଙ୍କୁ ସାହାଯ୍ୟ କରିଛନ୍ତି ଏବଂ ପ୍ରତ୍ୟେକ ଗ୍ରାମବାସୀ ଙ୍କୁ ଅନୁରୋଧ କରୁଛନ୍ତିି ଯେ ଏହି ଭଳି ବିପଦ ସମୟରେ ତାଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ସେହି ମହିଳା ଙ୍କ ଦଶାହ ଦିନ ସମସ୍ତେ ଉପସ୍ଥିତ ଥାଇ ଆଦାୟ କରା ଯାଇଥିବା ଟଙ୍କା ତାଙ୍କ ପରିବାର ବର୍ଗଙ୍କୁ ଦାନ କରିଛନ୍ତି।



