
ବିଷମକଟକ, ୧୬/୧୨(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ୧୮-୧୨-୨୦୨୪ରେ ଚଇତି ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହେବ ସେହି ସମ୍ପର୍କରେ ସାମ୍ବାଦିକ ଓ ବ୍ଲକ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନିଳମାଧବ ହିକକା ଯୋଗଦେଇ ଥିବା ବେଳେ, ବିଷମକଟକ ବିଡ଼ିଓ ସଦାଶିବ ନାୟକ, ସାଂସଦ ପ୍ରତିନିଧି ଦିଲିପ କୁମାର ପଟ୍ଟନାୟକ ଓ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଚଇତି ମହୋତ୍ସବ କିପରି ଭଲରେ ହେବ ଏବଂ ବାହାରୁ ଆସିଥିବା ଲୋକମାନେ କିପରି କୈାଣସି ଅସୁବିଧାରେ ସମୁଖୀନ ନେହେବେ ସେହି ସମ୍ପର୍କରେ ବିଧାୟକ ଓ ବ୍ଲକ ପ୍ରଶାସନ ଙ୍କ ସହିତ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନିଳମାଧବ ହିକକା, ବିଷମକଟକ ବିଡ଼ିଓ ସଦାଶିବ ନାୟକ, ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ଦିଲିପ କୁମାର ପଟ୍ଟନାୟକ, ଯନ୍ତ୍ରୀ ବେହେରା ବାବୁ, ସାମ୍ବାଦିକ ଶ୍ରୀ କାନ୍ତ ବଲ୍ଲଭାଇ, ଗୁଡୁଲା ଚିନି, ପପୁ ନାୟକ, ପ୍ରସନ୍ନ କୁମାର ପଣ୍ଡା, ଉମାକାନ୍ତ ନେମାଲପୁରୀ, ଗୈାତମ୍ ଉଲ୍ଲାକା, ଶିବ ନରେନ୍ଦ୍ର, ଗୁପ୍ତେଶ୍ୱର କୁସୁଲିଆ, ରବିନ୍ଦ୍ର ସାହୁ, ମନୋଜ ପ୍ରଧାନୀ,କାଶିନାଥ ପାଳ ସମେତ ଆଉ କେତେକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।



