
ବୁଗୁଡ଼ା,୧୪/୧୨ : ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ସାଂସ୍କୃତିକ ସଂସଦର ଉପସଭାପତି ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା,ପ୍ରାଧ୍ୟାପିକା ସ୍ମିତା ରାଣୀ ସାହୁ, ସୁଜାତା କୁମାରୀ ପଟ୍ଟନାୟକ, ଅଧ୍ୟାପକ ଭାବଗ୍ରାହୀ ପଣ୍ଡା, ଲକ୍ଷ୍ମୀପ୍ରିୟା ମହାରଣା, କାବେରୀ ବିଷୋୟୀ, ସଂଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ବ୍ୟକ୍ତିତ୍ଵର ସର୍ବାଙ୍ଗୀନ ବିକାଶ ନିମିତ୍ତ ସାଂସ୍କୃତିକ ଚେତନା ଓ ଆମ ଅସ୍ମିତା ର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ପ୍ରବନ୍ଧ ଲିଖନ,ତର୍କ ସଭା, ବକୃତା,ରଙ୍ଗୋଲୀ, ଝୋଟି ଚିତା, ଚିତ୍ରକଳା, କଣ୍ଠ ସଂଗୀତ, ଆଧୁନିକ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଏକକ ଅଭିନୟ, ଆମୋଦ ବେଶ,ମଡେଲିଂ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସେନାପତି , ଜୟନ୍ତ କୁମାର ହୋତା, ଡଃ ଦିଲ୍ଲୀପ କୁମାର ପ୍ରଧାନ, ଜ୍ଞାନଚାନ୍ଦ ଗୈ।ଡ ଯୋଗଦେଇଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା।




