Monday, October 12, 2026
Home ଆଞ୍ଚଳିକ ହାତୀଙ୍କ ଖାଦ୍ୟ ସୁବ୍ୟବସ୍ଥା ସହ ଚାଷୀ ସୁରକ୍ଷା ନିମନ୍ତେ ବନବିଭାଗ କର୍ମଚାରୀଙ୍କୁ ଘେରାଉ

ହାତୀଙ୍କ ଖାଦ୍ୟ ସୁବ୍ୟବସ୍ଥା ସହ ଚାଷୀ ସୁରକ୍ଷା ନିମନ୍ତେ ବନବିଭାଗ କର୍ମଚାରୀଙ୍କୁ ଘେରାଉ

25
ହାତୀ ଯୋଗୁଁ ଧନ ଜୀବନ ହାନି ଆଶଙ୍କା

କୁକୁଡାଖଣ୍ଡି, ଜାନୁଆରୀ ୨୮(ଇ.ରଞ୍ଜନ) ; ବ୍ରହ୍ମପୁର ଉପଖଣ୍ଡ ମହୁଡା ଟାଡଭାଇ ପାହାଡ଼ରେ ହାତୀକୁ ଘଉଡ଼ିବା ପାଇ ବନ ବିଭାଗ ସକ୍ରିୟ ହେବାପରେ ସମ୍ପ୍ରତି ସେହି ହାତୀ ଦଳ ଗୋଳନ୍ଥରା ରେଳ ଲାଇନ ପାର ହୋଇ ଉପକଣ୍ଠର ବିଭିନ୍ନ ଜନବସତି ଅଞ୍ଚଳକୁ ପଶି ଆସିଥିବା ଅଭିଯୋଗ ହୋଇଛି । ହାତୀ ଦଳ ଭିତରେ ୧୨ ଗୋଟି ହାତୀ ଥିବା ବେଳେ ଗୋଟିଏ ହାତୀ, ମେଳରୁ ବାହାରୀ ବାଟବଣା ହୋଇ ପଡି ଥିବା ସୂତ୍ରରୁ ଜଣାପଡିଛି । ହାତୀ ଦଳ ଦ୍ୱାରା ଧନଜୀବନ ହାନିର ଆଶଙ୍କା ପ୍ରକାଶ ପାଇଛି ।