
ଚିକିଟୀ୧୩/୧୨(ଜିଲ୍ଲା ଖବର) : ଚିକିଟୀ ବ୍ଲକ୍ ଅନ୍ତର୍ଗତ ସୋନପୁର ବେଳାଭୂମି ଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଅଛି। ଏହା ପ୍ରାୟ ୯୦ ଦିନ ଧରି ଚାଲିବ ଏବଂ ଫେବୃଆରୀ ୨ ତାରିଖ ରେ ଶେଷ ହେବ। ଏଥିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମୋଟ ୨୫ ଟି ରୁମ୍ , ସେଥିରୁ ୨୦ ଟି ଡିଲକ୍ସ ରୁମ୍ ଓ ୫ଟି ପ୍ରିମିୟମ ରୁମ୍। ଏଥିରେ ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ। ଗୋଟିଏ ଦିନର ରହଣି ପାଇଁ ପର୍ଯ୍ୟଟକଙ୍କୁ ଡିଲକ୍ସ ରୁମ୍ ୪୦୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରିମିୟମ ରୁମ୍ ପାଇଁ ପ୍ରିମିୟମ ରୁମ୍ ପାଇଁ ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ କଟେଜ୍ ବୁକ୍ କରିବାକୁ ହେଲେ ଅନଲାଇନ୍ ରେ OTDC ୱେବସାଇଟ ରେ ବୁକ୍ କରିବାକୁ ପଡିବ।



