
ବେଲଗୁଣ୍ଠl,୧୨/୧୨(ଜିଲ୍ଲା ଖବର) : କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ ପ୍ରକାରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ଆଡମ୍ବର ସହକାରେ ଭାରତୀୟ ଭାଷା ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶ ଙ୍କ ତତ୍ତ୍ଵାବଧାନରେ ରେ ପାଳିତ ହୋଇଯାଇଛି।ମହା କବି ସୁବ୍ରମଣ୍ୟମ୍ ଭାରତୀ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଚଳିତ ବର୍ଷର ବିଷୟ ବସ୍ତୁ ରହିଥିଲା “ଭାଷା ମାଧ୍ୟମରେ ଏକତା”।ପ୍ରଥମ ଦିବସରେ ପ୍ରକୃତି ଏବଂ ପରିବେଶ ଉପରେ ଗୀତ ଆବୃତ୍ତି,ଦ୍ୱିତୀୟ ଦିବସରେ ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ରଦର୍ଶିତ,ତୃତୀୟ ଦିବସରେ ପ୍ରସିଦ୍ଧ କବି ଓ ଲେଖକଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା,ଚତୁର୍ଥ ଦିବସରେ ସାଂପ୍ରତିକ ସମାଜରେ ଚାଲିଥିବା କୁଶିକ୍ଷା ଦୂର ପାଇଁ ସ୍ଲୋଗାନ୍,ପଞ୍ଚମ ଦିବସରେ ଦ୍ଵିଭାଷୀୟ ଗୀତ ଆବୃତ୍ତି,ଷଷ୍ଠ ଦିବସରେ ଭାଷା ମିତ୍ର ଭାବେ ଶିକ୍ଷାର୍ଥୀ ମାନେ ବିଭିନ୍ନ ଭାଷାରେ ନିଜର ପରିଚୟ ପ୍ରଦାନ ଏବଂ ଅନ୍ତିମ ତଥା ସପ୍ତମ ଦିବସରେ ବିବିଧତା ମଧ୍ୟେ ଏକତାକୁ ନେଇ ଶିକ୍ଷାର୍ଥୀ ମାନେ ବିଭିନ୍ନ ରାଜ୍ୟର ପୋଷାକ ପରିଧାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସ୍ମିତା ନାୟକ,ଦିପା ପ୍ରଧାନ,ପିଙ୍କି ଦଳାଇ,ଅଳକା ମହାପାତ୍ର,ଶିକ୍ଷକ ଆକୁଳ ସାହୁ,ନାରାୟଣ ସାହୁ,ପ୍ରକାଶ ଚନ୍ଦ୍ର ଗୌଡ,ସତ୍ୟ ନାରାୟଣ ପ୍ରଧାନ, ସନିତ୍ କୁମାର ଜେନା ଓ ଶିବରାମ ମହାନ୍ତି ସହଯୋଗ କରିଥିଲେ।ବ୍ଲକ ର ଅନ୍ୟ ବିଦ୍ୟାଳୟରେ ମଧ୍ୟଏହି ଭାଷା ଦିବସ ପାଳନ କରାଯାଇଥିଲା।



