
ନୂଆଦିଲ୍ଲୀ ; ଚୀନରେ ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ଆଜି (୨୭.୦୧.୨୦୨୦) ସମୀକ୍ଷା କରିଛନ୍ତି । ୨. ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଶ୍ରମ, ପ୍ରତିରକ୍ଷା ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ଜାତୀୟ ବିପର୍ୟ୍ୟୟ ପ୍ରଶମନ ପ୍ରାଧିକରଣର ସଚିବ ତଥା ମହାନିର୍ଦ୍ଦେଶକ (ସଶସ୍ତ୍ର ସେନା ଚିକିତ୍ସା ସେବା) ଉପସ୍ଥିତ ଥିଲେ । ୩. ଗତକାଲି ସୁଦ୍ଧା ୧୩୭ଟି ବିମାନରେ ଆସିଥିବା ମୋଟ ୨୯,୭୦୭ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିବା ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଯାଇଥିଲା । ୪. ୧୨ ଜଣ ଯାତ୍ରୀଙ୍କ ନମୁନା ଏନଆଇଭି, ପୁଣେକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଠାରେ ଭାଇରସର ଲକ୍ଷଣ ଦେଖାଯାଇ ନାହିଁ । ୫. ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
• ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଓ ପରିଚାଳନା କରିବା ନିମନ୍ତେ ଚୀନରୁ ପରୋକ୍ଷ ଏବଂ ସିଧାସଳଖ ଯୋଗାଯୋଗ ରହିଥିବା ସମସ୍ତ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
• ବିମାନରେ ଘୋଷଣା ସୁବିଧା ପ୍ରଦାନ କରିବା ।
• ଚୀନରୁ ପରୋକ୍ଷ ଏବଂ ସିଧାସଳଖ ସଂଯୋଗ ରହିଥିବା ସମସ୍ତ ବିମାନଗୁଡ଼ିକୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ।
ଗୃହ ମନ୍ତ୍ରଣାଳୟ
ନେପାଳ ସୀମାରେ ଥିବା ସମନ୍ୱିତ ତନଖି ଫାଟକ ଗୁଡ଼ିକରେ ଆଗନ୍ତୁକଙ୍କ ଯାଞ୍ଚ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ତନଖି ଫାଟକରେ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ କୁହାଯାଇଛି । ଏସଏସବି/ବିଏସଏଫ/ଇମିଗ୍ରେସନ ଅଧିକାରୀ ଥିବା ତନଖି ଫାଟକଗୁଡ଼ିକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଚୀନରୁ ଆସୁଥିବା ଜାହାଜ ଅନ୍ତର୍ଜାତୀୟ ବନ୍ଦରରେ ପ୍ରବେଶ ସମୟରେ ଯାତ୍ରୀଙ୍କର ଯାଞ୍ଚ ଆରମ୍ଭ ହୋଇଛି ।
୬. ନେପାଳ ସୀମାନ୍ତ ୫ଟି ରାଜ୍ୟରେ ଯାଞ୍ଚ ଓ ପ୍ରସ୍ତୁତି ସମୀକ୍ଷା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ମୁଖ୍ୟ ଶାସନ ସଚିବମାନଙ୍କୁ କୁହାଯାଇଛି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଯାତ୍ରୀଙ୍କର ଗୋଷ୍ଠୀସ୍ତରୀୟ ଯାଞ୍ଚ ସୁନିଶ୍ଚିତ କରାଯାଉ ।
୭. ଉହାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପଦକ୍ଷେପ ନିଆଯାଉଛି । ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚୀନ ଅଧିକାରୀମାନଙ୍କୁ ଅନୁରୋଧ କରାଯିବ ।
୮. ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯଥାକ୍ରମେ ଯାତାୟାତ ଓ ରୋଗ ନିରାକରଣ ପାଇଁ ପୃଥକୀକରଣ ବ୍ୟବସ୍ଥା କରାଯିବ ।



