Home ଆଞ୍ଚଳିକ ଅଙ୍ଗନବାଡି ସହାୟିକା ପଦ ପାଇଁ ଜାଲ କାଗଜ ପତ୍ର ଦେଇ ଆବେଦନର ତଦନ୍ତ ପାଇଁ ଗାଁଲୋକଙ୍କ...

ଅଙ୍ଗନବାଡି ସହାୟିକା ପଦ ପାଇଁ ଜାଲ କାଗଜ ପତ୍ର ଦେଇ ଆବେଦନର ତଦନ୍ତ ପାଇଁ ଗାଁଲୋକଙ୍କ ଅଭିଯୋଗ

17

ପୁରୁଷୋତ୍ତମପୁର,୮/୧୨(ଜିଲ୍ଲା ଖବର) : ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ କମାନଳିନକ୍ଷ ପୁର,କେ. ଏନପୁର ପଞ୍ଚା ୟତରେ , ଅଙ୍ଗନୱାଡି ସହା ୟିକା ନିଯୁକ୍ତି ନିମନ୍ତେ ଅନ୍ୟ ବ୍ଲକର ଜଣେ ଝିଅ ହେଲପର ପାଇଁ ଆବେଦନ କରିଛନ୍ତି | ସେ ହେଉଛନ୍ତି ସୁମିତ୍ରା ଦାସ, ପିତା-ଅମରଦାସ,ଗ୍ରାମ– ବେଲୁଗାଁ, ହରିଜନ ସାହି, ହିଞ୍ଜିଳି ବ୍ଲକ ର ଜଣେ ସ୍ଥାୟୀ ବାସିନ୍ଦା ଅଟନ୍ତି । ଉକ୍ତ ମହିଳା ଜଣକ ଚଞ୍ଚକତା କରି, ଜାଲି ଆତି କାଗଜପତ୍ର କରିବାଲିଆ ଗ୍ରାମପଞ୍ଚାୟତ ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ଗତ ତା ୨୬.୧୦.୨୦୨୪ ରିଖରେ ତହସିଲ କାର୍ଯ୍ୟାଳୟ ରୁ ଏକ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଯାହାର କେସ ନଂ- E-RES2024/3471268 ହାସଲ କରିଛନ୍ତି । ବାସ୍ତବରେ ସେ ବାଲିଆ ଗ୍ରାମରେ ବିବାହ କରିନାହାନ୍ତି କିମ୍ବା ତାଙ୍କର କୌଣସି ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ କୌଣସି ବିବାହ ପ୍ରମାଣ ପତ୍ର ନାହିଁ । କିଛି ମୁଷ୍ଟିମେୟ ଠକ ବ୍ୟକ୍ତିଙ୍କୁ ହାତର କରି ସେ ଉକ୍ତ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ର ଅନଲାଇନ ମାଧ୍ୟମରେ ଦର ଖାସ୍ତ ଆବେଦନ କରି ଉକ୍ତ ପ୍ରମାଣ ପତ୍ରଟି ପାଇ ଅଛନ୍ତି । ଉକ୍ତ ପ୍ରମାଣ ପତ୍ର ମାଧ୍ୟମରେ ବାଲିଆ ହରିଜନ ସାହି ଅଙ୍ଗନ ବାଡିସହାୟିକାପଦବୀନିମନ୍ତେ ଆବେଦନ କରି ସମସ୍ତ ସୁବିଧା ପାଇବା ପାଇଁବ୍ୟବସ୍ଥାକରୁଛନ୍ତି ।ଏଣୁ ଉକ୍ତ ପ୍ରମାଣ ପତ୍ରତିଆରି କରିବାରେ ଯେଉଁ ମଧ୍ୟସ୍ଥି ଜାଲି ଆତି ବ୍ୟକ୍ତିଙ୍କର ସ‌ହ ଯୋଗ ରହିଅଛି ସେମାନଙ୍କ ବିରୁଦ୍ଧ ରେ ଏବଂ ସୁମିତ୍ରା ଦାସ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ବୋଲି ସମସ୍ତ ଗ୍ରାମ ବାସୀ ତହସିଲଦାର,ସିଡିପିଓ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି | ସେମାନେ ସହୃଦୟ ତାର ସହ ପ୍ରକୃତ ସତ୍ୟା ସତ୍ୟ ତଦନ୍ତ କରି ଉପରୋକ୍ତ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ରକୁ ରଦ୍ଧ କରିବା ସହ ପ୍ରକୃତ ଦୋସିକୁ ଦଣ୍ଡବିଧାନ କରି ଉପଯୁକ୍ତ ପାର୍ଥୀ ଙ୍କୁ ଚୟନ କରିବାକୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ।