
କୋଦଳା,୮/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଓଡିଶା ଏକ୍ସପ୍ରେସ ପ୍ରତିନିଧିଙ୍କ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋଦଳା ନିକଟସ୍ଥ ଝଡ଼େଶ୍ୱର ସ୍ଥିତ ମା ରାମଚଣ୍ଡୀ ମନ୍ଦିର ପରିସରରେ କୋଦଳା ପ୍ରତିନିଧି ଭଗବାନ ପାଢ଼ୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି.. ଗଞ୍ଜାମ ଜିଲ୍ଲା ପ୍ରତନିଧି ଅନିଳ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ବ୍ଲକ ରେ ଓଡିଶା ଏକ୍ସପ୍ରେସ ର ପ୍ରସାର କିଭଳି ବୃଦ୍ଧି ପାଇବ ସେ ଦିଗରେ ଆଲୋଚନା କରାଯାଇଥିଲା. ନିୟମିତ ବ୍ଲକ ପ୍ରତିନିଧି ଙ୍କ ସମସ୍ୟା ଓ ଦୀର୍ଘ ଦିନରୁ କାର୍ଯ୍ୟରତ ଥିବା ପ୍ରତିନିଧି ମାନେ ନିଜ ନିଜ ର ସମସ୍ୟା ଜିଲ୍ଲା ପ୍ରତିନିଧି ଙ୍କୁ ଅବଗତ କରିଥିଲେ.. ଅନୁଷ୍ଠିତ ବୈଠକ ରେ କବିସୂର୍ଯ୍ୟନଗର ପ୍ରତିନିଧି ନାରାୟଣୀ ପ୍ରସାଦ ମିଶ୍ର,ଭଞ୍ଜନଗର ଉପଖଣ୍ଡ ପ୍ରତିନିଧି ଏସ. ନରସିଂହ ଅଚାରୀ, ଛତ୍ରପୁର ଉପଖଣ୍ଡ ପ୍ରତିନିଧି ବସନ୍ତ କୁମାର ପଟ୍ଟନାୟକ, ବୁଗୁଡ଼ା ପ୍ରତିନିଧି ହର ପ୍ରସାଦ ପାଢ଼ୀ, ଛତ୍ରପୁର ପ୍ରତିନିଧି କେ. ରାଜେଶ୍ୱରୀ, ଖଲିକୋଟ ପ୍ରତିନିଧି ଶ୍ରୀନିବାସ ସାହୁ, ଭଞ୍ଜନଗର ପ୍ରତିନିଧି ମନୋଜ କୁମାର କର, ଯୋଗ ଦେଇଥିବା. ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନିଲୁ ପଣ୍ଡା, କେ. ରମେଶ ପ୍ରମୁଖ ଉପସ୍ଥିତ ଥିଲେ. ।



