
ନୂଆଦିଲ୍ଲୀ ; ଆଜି ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୋଡ଼ୋ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ୱାରା ବୋଡ଼ୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିବ ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶାନ୍ତି, ସୌହାର୍ଦ୍ଦ୍ୟ ଓ ଏକତ୍ୱର ଏକ ନୂଆ ସକାଳ ଆରମ୍ଭ ହୋଇଛି! ଆଜି ଭାରତ ପାଇଁ ଏକ ବିଶେଷ ଦିନ । ବୋଡ଼ୋ ସମୁଦାୟ ସହ ସ୍ୱାକ୍ଷରିତ ବୁଝାମଣା, ଯାହା ଆଜି ସମ୍ପାଦିତ ହୋଇଛି ଏହା ବୋଡ଼ୋ ଲୋକମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ।
ଆଜି ସ୍ୱାକ୍ଷରିତ ବୋଡ଼ୋ ବୁଝାମଣା ବିଭିନ୍ନ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ଏହା ସଫଳତାପୂର୍ବକ ସମସ୍ତ ଅଗ୍ରଣୀ ଅଂଶୀଦାରଙ୍କୁ ଗୋଟିଏ ମଂଚ ଅଧୀନକୁ ଆଣିଛି । ଯେଉଁମାନେ ପୂର୍ବରୁ ହିଂସାତ୍ମକ ପ୍ରତିରୋଧ ଗୋଷ୍ଠୀ ଥିଲେ ସେମାନେ ଏବେ ମୁଖ୍ୟଧାରାକୁ ଆସି ଦେଶର ବିକାଶରେ ଯୋଗଦାନ ଦେବେ ।
ବୋଡ଼ୋ ସମୁଦାୟ ସହ ହୋଇଥିବା ଏହି ବୁଝାମଣା ସେମାନଙ୍କ ଅଭିନବ ସଂସ୍କୃତିକୁ ସଂରକ୍ଷଣ ଯୋଗାଇଦେବ ଏବଂ ଲୋକପ୍ରିୟ କରିବ । ସେମାନେ ବ୍ୟାପକ ବିକାଶମୂଳକ ଯୋଜନାର ସୁଫଳ ପାଇପାରିବେ । ବୋଡ଼ୋ ଲୋକମାନଙ୍କ ଆଶାଆକାଂକ୍ଷା ପୂରଣ ଲାଗି ଯଥାସମ୍ଭବ ସହାୟତା କରିବା ଲାଗି ଆମେ ସଂକଳ୍ପବଦ୍ଧ ।



