
ଚିକିଟୀ ୮/୧୨(ଜିଲ୍ଲା ଖଵର) : ପାଣ୍ଡିରି ଗ୍ରାମ ର ସୁକାନ୍ତି ସାହୁ, ନଭେମ୍ବର 16 ତାରିଖ ସଂକ୍ରାନ୍ତି ଦିନ ମନ୍ଦିର କୁ ଯାଉଥିବା ବେଳେ ପାଣ୍ଡିରି ବ୍ରିଜ୍ ନିକଟରେ ବାଇକ୍ ଧୋକା ରେ ସୁମନ୍ତି ଙ୍କ ମୁଣ୍ଡ କୁ ଆଘାତ ହୋଇଥିଲା ଏବଂ ଶରୀର ର ଅନେକ ଜାଗା ରେ ଆଘାତ ହୋଇଥିଲା, ପ୍ରଥମେ ବ୍ରହ୍ମପୁର ମେଡିକାଲ୍ ତା ପରେ ବୁବେନେଶ୍ୱର୍ ର ସ୍ପୋର୍ଟସ୍ ମେଡିକାଲ୍ ରେ ସୁମନ୍ତି ଙ୍କ ମୁଣ୍ଡ ଅପରେସନ୍ କରାଗଲା । ସେ ଜଣେ ଗରିବ ଦିନ ମଜୁରିଆ ପରିବାର ଅଟନ୍ତି। ସୁମନ୍ତି ର ଚାରୋଟି ଝିଅ ଅଛନ୍ତି l ସେ ଆମ ସେବା ସଂସ୍ଥାନ ତରଫରୁ କିଛି ସାହାଯ୍ୟା କରିବା ପାଇଁ ଅନୁରୋଧ କରିଥିବାରୁ ସେବା ସଂସ୍ଥାନ ଯଥା ଶୀଘ୍ର ତାଙ୍କ ନିକଟକୁ ଯାଇ ସମସ୍ତ ଅସୁବିଧା ଜାଣିବା ସହ ଗୋଟିଏ ଚାଉଳ ପ୍ୟାକେଟ ଓ 7000(ସାତ ହଜାର) ଟଙ୍କା ପ୍ରଦାନ କଲେ ଏବଂ ତାଙ୍କ ଛୁଆ ମାନଙ୍କୁ ଆଶୀର୍ବାଦ ଦେବା ସହ ଭଲ ପାଠ ପଢିବା ପାଈଁ ଉପଦେଶ ଦେଲେ l ସେବା ସଂସ୍ଥାନର ଏ ସମସ୍ତ କାର୍ଯ୍ୟ ଓ ସହାୟତା ପାଇବା ପରେ ତାଙ୍କ ପରିବାର ଲୋକେ ଏବଂ ପାଣ୍ଡିରି ଗ୍ରାମବାସୀ ଖୁସି ହୋଇ ସେବା ସଂସ୍ଥାନକୁ ଧନ୍ୟବାଦ୍ ଦେବା ସହ ପ୍ରଶଂସା ମଧ୍ୟ କରିଥିଲେ l



